ଓଡ଼ିଶା

କେ. ମାଧବୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି

ବ୍ରହ୍ମପୁର ୨୦-୩ (ଓଡ଼ିଆ ପୁଅ) ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମହିଳା ମେୟର କେ. ମାଧବୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାଧବୀଙ୍କ ସଭ୍ୟପଦ ରଦ୍ଦ ନେଇ ଗଞ୍ଜାମ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ ମାଧବୀ ପୁଣି ମେୟର ଭାବେ କାର୍ଯ୍ୟ କରିପାରିବେ।

ସୂଚନାଯୋଗ୍ୟଯେ, ସ୍ଥାନୀୟ କୋର୍ଟ ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ। ନିର୍ବାଚନ ସମୟରେ ନିଜର ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଆରୋପରେ ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା।

ପୁନଶ୍ଚ ସୂଚନାଯୋଗ୍ୟଯେ, ପୂର୍ବ ମେୟର ଶିବ ଶଙ୍କର ଦାଶଙ୍କ ଦ୍ଵାରା ଦାୟର କାରଯାଇଥିବା ଯାଚିକାର ଜବାବରେ ଗଞ୍ଜାମ ଜିଲା ନ୍ୟାୟାଳୟ ଦୁଇପକ୍ଷର ତର୍କ ଶୁଣିବା ପରେ ମାଧବୀ ନିଜର ର୍ବୈବାହିକ ସ୍ଥିତି ବିଷୟରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ପ୍ରମାଣିତ ହୋଇଥିଲା। ଯାଚିକା କର୍ତ୍ତା ଆରୋପ ଲଗାଇଥିଲେଯେ ସେ ନିଜର ପୂର୍ବ ପତିଙ୍କଠାରୁ ବିଦ୍ଧିବଦ୍ଧ ଭାବେ ଛାଡ଼ପତ୍ର ନନେଇ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ପତି ଅଦାଲତକୁ କହିଥିଲେଯେ, ମାଧବୀ ତାଙ୍କୁ ତାଙ୍କର ଛାଡ଼ପତ୍ରର କୌଣସି ନ୍ୟାୟାଳୟର ଆଦେଶ ଦେଖାଇନାହାଁନ୍ତି ବୋଲି। ମାଧବୀ ଜୁନ୍ ୨୦୧୬ରୁ ମେୟର ପଦର କାର୍ଯ୍ୟଭାର ସମ୍ଭାଳୁ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top