କେନ୍ଦୁଝର

କେ ବାଲିପାଳ ପଞ୍ଚାୟତରେ ରେସନକାର୍ଡ ବଣ୍ଟନ

ହାଟଡ଼ିହି, ୧୪/୧୧ : ହାଟଡିହି ବ୍ଲକର ଆଦିବାସୀ ବହୁଳ କେ ବାଲିପାଳ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରେସନକାର୍ଡ ବଣ୍ଟନ କରାଯାଇଛି । ଆଜି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ବିମ୍ବାଧର ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ, କେ ବାଲିପାଳ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରମ୍ଭା ପାତ୍ର, ସନ୍ତୋଷ ନାୟକ, ଉପଖଣ୍ଡ ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା, ବ୍ଳକ ଯୋଗାଣ ଅଧିକାରୀ ରମେଶ ମାଝୀ, ପିଇଓ ଜିତେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୫୦ଜଣ ହିତାଧିକାରୀଙ୍କୁ ରେସନକାର୍ଡ ବଣ୍ଟନ କରିଥିଲେ । ଏହି ପଞ୍ଚାୟତରେ ପୁର୍ବରୁ ଶହଶହ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ବହୁ ଦୁଖଃକଷ୍ଟରେ କାଳାତିପାତ କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top