ଜିଲ୍ଲା ପରିକ୍ରମା

କେ.ଜି.ଏନ ଟ୍ରଷ୍ଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୟୁନାଇଟେଡ଼କୁ ୩-୧ରେ ହରାଇଲା ରୁପସା

ଭଦ୍ରକ,୨୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପୁରୁଣାବଜାର କେ.ଜି.ଏନ ଟ୍ରଷ୍ଟ (ବାଙ୍କା ବଜାର) ଆନୂକୁଲ୍ୟରେ ମହାବୀର ପଡ଼ିଆରେ ଏକ ବିରାଟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ୨ୟ ଦିବସର ଖେଳରେ ୟୁନାଇଟେଡ଼ କ୍ଲବକୁ ୨ମିନିଟରେ ଅନାମ ମରାଣ୍ଡି, ୮ ମିନିଟ୍ରେ ହରିଶ ମୁରମୁ ଏବଂ ୫୦ ମିନିଟ୍ ବ୍ୟବଧାନରେ ୩ୟ ଗୋଲ ସ୍କୋର କରିଥିବା ଜବାବରେ ୟୁନାଇଟେଡ୍ ଦଳର ବିଜୟ ମରାଣ୍ଡି ଗୋଟିଏ ଗୋଲ ଦେଇ “ବିଗ ବସ” ରୁପସା କ୍ଳବ ୩-୧ରେ ବିଜେତା ହୋଇ ପ୍ରଥମ ସେମିଫାଇନାଲକୁ ପ୍ରେବଶ କରିଛି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପୁରୁଣାବଜାର ଥାନା ଅଧିକାରୀଣୀ ମମତା ସାହୁ, ହରୀ ନନ୍ଦୀ, ଶେଖ ନେଜାମୁଦ୍ଦିନ(ରାଜା ଭାଇ) ଏବଂ ବାଦଲ ଭାଇଜୀ ପ୍ରମୁଖ ମାନେ ଯୋଗଦାନ କରି ଖେଳାଳୀ ମାନଙ୍କ ସହିତ କର୍ମମର୍ଦନ କରିଥିଲେ । ଏହି ଖେଳରେ ରେଫେରୀ ଭାବେ ଶେଖ ଜୁଲଫୁକାର ତାଙ୍କୁ ସହୟତା କରିବା ପାଇଁ ମିର୍ଜା ଇଜାଜ ବେଗ, ମାନସ ବିଶ୍ୱାଳ ଓ ଆବିଦ ଅଲି ଖେଳ ପରିଚାଳନା କରିଥିଲେ । କେ.ଜି.ଏନ ଟ୍ରଷ୍ଟର ସଭାପତି ଶେଖ ନସିମ, ଉପସଭାପତି ଗୁଲଫାମ ଖାଁ, ସଂପାଦକ କଲିମୁଦ୍ଦିନ ଖାଁ, ସହସଂପାଦକ ଚାନ୍ଦ ମହମ୍ମଦ, ସରିଫୁଦ୍ଦିନ ସାହା, ମୀର କାଲିଆ, ଶେଖ ସମଦାନୀ, ନାସିର ଅଲି, ଫାରୁକ ଖାଁ ପ୍ରମୁଖ ସହଯୋଗ କରିଥିଲେ । ମୁସ୍ତାକ ଗୌହର ଭାଷ୍ୟକାର ଭାବେ ଖେଳ ଦର୍ଶକଙ୍କୁ ଉତ୍ସାହିତ କରାଇଥିଲେ । ଆସନ୍ତା କାଲିର ପ୍ରଥମ ସେମିଫାଇନାଲ ରୁପସା ବନାମ ରାଜକନିକା ଦଳ ସହିତ ସଂର୍ଘଷ ଖେଳ ହେବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top