କେ.ଜି.ଏନ ଟ୍ରଷ୍ଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମୟୁରଭଞ୍ଜର ଟାଇଗର କ୍ଳବ୍ ଚମ୍ପିୟାନ

ଭଦ୍ରକ, ୨୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପୁରୁଣାବଜାର ବାଙ୍କାବଜାରସ୍ଥିତ କେଜିଏନ ଟ୍ରଷ୍ଟ ଅନୁକୁୂଲ୍ୟରେ ମହାବୀର ପଡ଼ିଆ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ରାଜକନିକାର ଏସଏନ କ୍ଳବକୁ ୧-୦ଗୋଲରେ ପରାସ୍ତ କରି  ମୟୁରରଭଞ୍ଜର ଟାିଗର କ୍ଳବ ଚମ୍ପିୟାନ ହୋଇଛି । ଦଳ ପକ୍ଷରୁ ବିନୋଦ ହାଂସଦା ଏକମାତ୍ର ଗୋଲ ସ୍କୋର କରିଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବଚେିତ କରାଯିବା ସହ ୪ହଜାର ଟଙ୍କାର ପୁରସ୍କାର ରଶୀ ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ମିର୍ଜା ଇଜାଜ ବେଗ୍, ଖେଶ ଜୁଲଫୁକର, ମାନସ ବିଶ୍ୱାଳ, ଉତ୍ତମ ବାରିକ, ଆବିଦ ଅଲ୍ଲୀ ପରିଚାଳନା କରିଥିବାବେଳେ, ମୁସ୍ତାକ ଗହ୍ୱର ଭାଷ୍ୟକାର ଦାୟିତ୍ୱ ତୁଲାିଥିଲେ । ଆଜି ଅତିଥି ଭାବେ ସଂଜୀବ ହିରୋର ମାଲିକ ସଂଜବୀ ମଲ୍ଲିକ, ହାଜୀ ମହମ୍ମଦ ଅବଦୁଲ ବାରୀ, ଆଇନଜୀବୀ ତାହେର ମହମ୍ମଦ, ମୁକିତ ଖାଁ, ଇକବାଲ ଖାଁ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଅସରଫ ଅଲ୍ଲୀ , ହରୀ ନନ୍ଦୀ, ଅହେସାନ ମାଇଜି ଯୋଗଦାନ କରି ବିଜେତା ମୟୁରଭଞ୍ଜ ଦଳକୁ ଟ୍ରଫି ସହ ୧୧ହଜାର ଟଙ୍କା ଓ ରନର୍ସଅପ ରାଜକନିକା ଦଳକୁ ୬ହଜାର ଟଙ୍କାର ପ୍ରଦାନ କରିଥିଲେ । କେଜିଏନ ଟ୍ରଷ୍ଟର ସଭାପତି ଖେଖ ନସିମ, ସସସଂପାଦକ କଲିମୁଦ୍ଦିନ ଖାଁ, ମୀର କାଲିଆ, ଖେଖ ସମଦାନୀ, ଖେଖ ଅନୱାର, ଶେଖ ସଲିମ, ନାସିର ଅଲ୍ଲୀ, ଫାରୁକ ଖାଁ, ମୋତି, ରାଜନ, ରଜାଉଲ୍ଲା ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ଫାଇନାଲ ମ୍ୟାଚକୁ ୧୦ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *