ଜିଲ୍ଲା ପରିକ୍ରମା

କେ.ଜି.ଏନ ଟ୍ରଷ୍ଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାରାଡ଼ାଇଜ୍ କ୍ଲବ୍ ଖୋର୍ଦ୍ଧାକୁ ୨-୦ରେ ହରାଇଲା ଟାଇଗର କ୍ଲବ ମୟୁରଭଞ୍ଜ

ଭଦ୍ରକ,୨୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ପୁରୁଣା ବଜାର କେ.ଜି.ଏନ ଟ୍ରଷ୍ଟ (ବାଙ୍କା ବଜାର) ଆନୂକୁଲ୍ୟରେ ମହାବୀର ପଡ଼ିଆ ଠାରେ ଚିତାକର୍ଷକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୃପ ବି ର ୨ୟ କ୍ୱାଟର ଫାଇନାଲ ଖେଳ ‘ପାରାଡ଼ାଇଜ୍ କ୍ଲବ’ ଖୋର୍ଦ୍ଧାକୁ ୨-୦ରେ ପରାସ୍ତ କରି ‘ଟାଇଗର କ୍ଲବ’୍ ମୟୁରଭଞ୍ଜ ୨ୟ ସେମିଫାଇନାଲକୁ ପ୍ରବେଶ କରିଛି । ଏହି ଖେଳରେ ପ୍ରଥମ ହାଫରେ ଏକ ଗୋଲ ଓ ୨ୟ ହାପରେ ୧ଗୋଲ ସ୍କୋର କରି ସର୍ବମୋଟ ୨ଗୋଲ ସ୍କୋର କରି ହରି ମୁଣ୍ଡା ମୟୁରଭଞ୍ଜ ଦଳକୁ ବିଜେତା କରିଥିଲେ । ଆଜିର ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଇଏସପିଏନ ଚେନାଲର ଭାଷ୍ୟକାର ସାଇପ୍ରସାଦ ମହାପାତ୍ର, କାଉନସିଲର ଅସରଫ ଅଲ୍ଲୀ, ମହମ୍ମଦ ଇକବାଲ ଖାଁ, ହରୀ ନନ୍ଦୀ ପ୍ରମୁଖ ଯୋଗଦାନ କରି ଖେଳାଳୀ ମାନଙ୍କ ସହିତ କରମର୍ଦନ କରିଥିଲେ । ରେଫେରୀ ଭାବେ ସେକ ଜୁଲଫିକର , ଦୁଇ ଲାଇନ୍ସ ମ୍ୟାନ ଭାବେ ମିର୍ଜା ଇଜାଜ ବେଗ , ମାନସ ବିଶ୍ୱାଳ ଓ ୪ର୍ଥ ରେଫେରୀ ଭାବେ ଉତ୍ତମ ବାରିକ ଖେଳ ପରିଚାଳନା କରିଥିଲେ । ଏହି ଖେଳକୁ ୫ହଜାର ରୁ ଉର୍ଦ୍ଧ ଦର୍ଶକ ଖେଳ ଉପଭୋଗ କରିଥିଲେ । କେ.ଜି.ଏନ ଟ୍ରଷ୍ଟର ସଭାପତି ଶେଖ ନସିମ, ସମ୍ପାଦକ କଲିମୁଦ୍ଦିନ ଖାଁ, ଶେଖ ସମଦାନୀ, ନାସିର ଅଲ୍ଲୀ, ଫାରୁଖ ଖାଁ, ମୋତି ଓ ରାଜନ ପ୍ରମୁଖ ମାନେ ସହଯୋଗ ସହିତ ମୁସ୍ତାକ ଗୌହର ଭାଷ୍ୟକାର ଭାବେ ଖେଳପ୍ରେମୀ ଦର୍ଶକଙ୍କୁ ଉସ୍ôାହିତ କରିଥିଲେ ।  ଆସନ୍ତା କାଲିର ୨୬ ତାରିଖର ଖେଳ ୨ୟ ସେମିଫାଇନାଲ ‘ଟାଇଗର କ୍ଲବ’୍ ମୟୁରଭଞ୍ଜ  ସହିତ ପଦ୍ମଶ୍ରୀ କ୍ଲବ ଫୁଲବାଣୀ ସହିତ  ଅନୁଷ୍ଠିତ ହେବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top