କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ: ବନ୍ୟା ବିପନ୍ନଙ୍କୁ ସହାୟତା ଲାଗି ଉଦ୍ୟୋଗ ଜଗତକୁ ହରସିମରତ ବାଦଲଙ୍କ ନିବେଦନ

ନୂଆ ଦିଲ୍ଲୀ ୨୨-୮ (ଓଡ଼ିଆ ପୁଅ) କେରଳର ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିବା ଲାଗି ଗତକାଲି ସନ୍ଧ୍ୟାରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀମତୀ ହରସିମରତ ବାଦଲ। ଆୟୋଜିତ ବୈଠକରେ ଆଇଟିସି, କୋକାକୋଲା, ପେପ୍ସୀ, ହିନ୍ଦୁସ୍ଥାନ ଲିଭର, ଡାବର, ଏମ୍ଟିଆର, ନେସ୍ଲେ, ବ୍ରିଟାନିଆ, ମ୍ୟାରିକୋ ଆଦି କମ୍ପାନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମନ୍ତ୍ରୀ କହିଲେ ଯେ, “ଏହା ମିଳିତ ଭାବେ କାର୍ଯ୍ୟ କରିବାର ସମୟ, ଭିନ୍ନ ଭିନ୍ନ ଏବଂ ବ୍ୟକ୍ତିଗତ ପ୍ରୟାସ ପରିବର୍ତେ କେରଳର ଲୋକମାନଙ୍କ ସହାୟତା ପାଇଁ ସମ୍ମିଳିତ ଓ ସମନ୍ୱିତ ପ୍ରୟାସ କରିବାର ଅଛି।” ଶ୍ରୀମତୀ ବାଦଲ କହିଲେ, ତାଙ୍କ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଜିଲ୍ଲା ଅଧିକାରୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହି ସେମାନଙ୍କର ଆବଶ୍ୟକତା ଅନୁସାରେ ସାମଗ୍ରୀ ମହଜୁଦ କରି ରଖୁଛି।

ଶ୍ରୀମତୀ ବାଦଲ, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନଙ୍କ ସହିତ କଥା ହୋଇ ଏଭଳି ବିପର୍ଯ୍ୟୟ ନେଇ ନିଜର ଉଦ୍ବେଗ ପ୍ରକାଶ କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ତକ୍ରାଳ ସହାୟତା ଏବଂ ଆବଶ୍ୟକତା ନେଇ କେନ୍ଦ୍ର ମନ୍ତ୍ରୀ, ଶ୍ରୀ ବିଜୟନଙ୍କ ଠାରୁ ମତାମତ ଲୋଡିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଷ ଲକ୍ଷ ନବଜାତକ ତଥା ଶିଶୁ ରିଲିଫ ଶିବିରରେ ଶିଶୁ ଖାଦ୍ୟ ଆବଶ୍ୟକ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀଗୁଡିକୁ ଏହି ଆବଶ୍ୟକତା ବିଷୟରେ ଅବଗତ କରାଇଛନ୍ତି।

ଶ୍ରୀମତୀ ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀଗୁଡିକୁ କେରଳର ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଏହି ମହତ କାର୍ଯ୍ୟରେ ଉଦାରତା ପୂର୍ବକ ନିଜର ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଦାନ କରିବା ନେଇ ଅନୁରୋଧ କରିବା ପରିପ୍ରେକ୍ଷୀରେ ଏହି ବୈଠକ ୧୯ ଅଗଷ୍ଟରେ ଆୟୋଜିତ ହୋଇଥିଲା। ପରିଣାମ ସ୍ୱରୂପ କମ୍ପାନୀମାନେ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପ୍ରଭାବିତ ଲୋକଙ୍କ ପହଂଚିବା ପାଇଁ କରାଯାଇଥିବା ପ୍ରୟାସକୁ ସଂମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। କମ୍ପାନୀମାନଙ୍କ ପକ୍ଷରୁ ଅନେକ ସହାୟତା ଦିଆଯାଇଛି ଓ ୨ ଦିନ ମଧ୍ୟରେ ବିତରଣ ପାଇଁ ଦିଆଯିବାକୁ ଥିବା ସାମଗ୍ରୀର ବିବରଣୀ ନିମ୍ନରେ ପ୍ରଦତ କରାଗଲା :-

କୋକ୍ ୧.୪ ଲକ୍ଷ ଲିଟର ପ୍ୟାକିଂ ପାନୀୟ ଜଳ ପୂର୍ବରୁ ଯୋଗାଇ ଦିଆଯାଇଛି

ଆସନ୍ତା କାଲି ୨୦, ୦୦୦(ବଟଲ୍) ବୋତଲ ସମେତ ୧ ଲକ୍ଷ ଲିଟର ପ୍ୟାକିଂ ପାନୀୟ ଜଳ ଆସନ୍ତା ଦୁଇଦିନ ମଧ୍ୟରେ ଯୋଗାଇ ଦିଆଯିବ

ବ୍ରିଟାନିଆ ୨.୧୦ଲକ୍ଷ ପ୍ୟାକେଟ ବିସ୍କୁଟ (୬.୫ ଟନ୍) ପୂର୍ବରୁ କୋଚିରେ ବିତରଣ କରାଯାଇଛି, ୧.୨୫ଲକ୍ଷ ପ୍ୟାକେଟ ବିସ୍କୁଟ ମାଲାପୁରମ୍ ଏବଂ ୱେୟାନନ୍ଦରେ ବିତରଣ କରାଯାଇଛି

୧.୨୫ ଲକ୍ଷ ପ୍ୟାକେଟ ବିସ୍କୁଟ ଆସନ୍ତା ଦୁଇ ଦିନ ମଧ୍ୟରେ ଯୋଗାଇ ଦିଆଯିବ

୩୦୦୦ ବନ୍ସ ଏବଂ ୧୦, ୦୦୦ ପ୍ୟାକେଟ ବିସ୍କୁଟ ମଦୁରାଇରୁ ଯୋଗାଇ ଦିଆଯିବ

ବିକାନେରୱାଲା ୧ ମେଟ୍ରିକ ଟନ ନମ୍କିନ୍ (୧ଲକ୍ଷ ପ୍ୟାକେଟ) ସିଆଇଆଇ ସମନ୍ୱୟରେ ବିତରଣ ପାଇଁ ଦିଆଯିବ

ଏମ୍ଟିଆର ଫୁଡସ୍ ପ୍ରାଇଭେଟ ଲିମିଟେଡ ୩୫, ୦୦୦ ଖାଇବା ପାଇଁ ପ୍ରସ୍ତୁତ ଥିବା ପ୍ୟାକେଟ ୱେୟାନନ୍ଦରେ ବିତରଣ କରାଯାଇଛି

ନେସ୍ଲେ ୯୦, ୦୦୦ ପ୍ୟାକେଟର ମ୍ୟାଗି, ୨ ଲକ୍ଷ ପ୍ୟାକେଟର ମଂଚ୍, ୧୧୦୦ ପ୍ୟାକେଟର କଫି, ୨୫୦୦ ୟୁଏଚଟି କ୍ଷୀର ପୂର୍ବରୁ ଯୋଗାଇ ଦିଆଯାଇଛି

୪୦, ୦୦୦ ପ୍ୟାକେଟର ମ୍ୟାଗି, ୧ ଲକ୍ଷ ପ୍ୟାକେଟର ମଂଚ୍, ୧୧୦୦ ପ୍ୟାକେଟର କଫି, ୨୫୦୦ ୟୁଏଚଟି କ୍ଷୀର ସମେତ ୩୦, ୦୦୦ ପ୍ୟାକେଟର ପିଇବା ପାଇଁ ପ୍ରସ୍ତୁତ ଥିବା ମାଇଲେ ; ୧୦, ୦୦୦ ପ୍ୟାକ୍ର ସେରିଗୋ ଯୋଗାଇ ଦିଆଯିବ

ଡାବର ୩୦, ୦୦୦ ରୁ ୪୦, ୦୦୦ ଲିଟର ଟେଟ୍ରା ପ୍ୟାକିଂ ଫଳ ରସ

୧୦, ୦୦୦ ଟ୍ୟୁବର ଓଡୋମସ୍

ପେପ୍ସୀକୋ ୬.୭୮ ଲିଟର ପ୍ୟାକିଂ ପାନୀୟ ଜଳ, ୧୦, ୦୦୦ କିଗ୍ରା କ୍ୱାକର ଓଟ୍

ଜିଏସ୍କେ ୧୦.୦୦ ଲକ୍ଷ ଟଙ୍କାରୁ ଅଧିକ ରିଲିଫ ସାମଗ୍ରୀ, ୧ ମିଲିୟନ ପ୍ୟାକେଟର ହର୍ଲିକ୍ସ ଏବଂ ୧ ମିଲିୟନ କ୍ରୋସିନ୍ ଟାବଲେଟ ଯୋଗାଇ ଦିଆଯିବ

ବ୍ୟାଗେରିଜ ଇଣ୍ଡିଆ ଲିମିଟେଡ ୧୦, ୦୦୦ ପ୍ୟାକେଟର ଓଟସ (୨ଏମଟି) ଯୋଗାଇ ଦିଆଯିବ

ଆଇଟିସି ୩.୩୦ଲକ୍ଷ ପ୍ୟାକେଟ ବିସ୍କୁଟ, ୨୦୦୦(ବଟଲ୍) ବୋତଲ ସେଭଲନ, ୩୦୦୦ ପ୍ୟାକେଟର ଡ୍ୟାରୀ ହ୍ୱାଇଟନର (ଗୁଣ୍ଡ କ୍ଷୀର), ୯୦୦୦ ପ୍ୟାକେଟର ଲିକ୍ୱିଡ(ତରଳ) ହାତ ଧୁଆ ଏବଂ ୭୦୦୦ ସାବୁନ୍

ପରନାଡ ରିକଡ ଏବଂ କାରଗିଲ ଅମୁଲ ସହିତ ମିଳିତ ସହଯୋଗରେ କ୍ଷୀର ପାଉଡର ଏବଂ ଶିଶୁ ଖାଦ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି

ମ୍ୟାରିକୋ ୩୦ଏମ୍ଟି ଓଟସ୍ ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ

ମଂଡେଲଜ୍ ଇଣ୍ଡିଆ ଫୁଡସ୍ ଲିମିଟେଡ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦.୦୦ ଲକ୍ଷ ଟଙ୍କାର ନଗଦ ସହାୟତା

ହିନ୍ଦୁସ୍ଥାନ ଲିଭର ୯, ୫୦୦ କେସେସ୍ ଲୁଣ, ୨୯, ୦୦୦ କେସେସ୍ ଗହମ ଉତ୍ପାଦ, ୧, ୦୦୦ କେସେସ୍ କେଚପ୍, ମସଲା, ୨୫୦ କେସେସ ମିକ୍ସ ମସଲା ଏବଂ ଅନ୍ୟାନ୍ୟ ଉତ୍ପାଦ ଯାହା ସାରା କେରଳରେ ଯୋଗାଇ ଦିଆଯାଏ

କେନ୍ଦ୍ର ମନ୍ତ୍ରୀ, ଏହି ପ୍ରୟାସରେ ସମନ୍ୱୟ ରକ୍ଷା କରିବାପାଇଁ ଜଣେ ଅଧିକାରୀଙ୍କୁ ମନୋନୀତ କରିଥିବା କଥା ଦୋହରାଇଛନ୍ତି ଏବଂ ଉଦ୍ୟୋଗ ଗୁଡିକ ଦେବାକୁ ଚାହୁଁଥିବା ଦାନ ବା ସହାୟତା ବିଷୟରେ ତାଙ୍କ ସହିତ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *