ଓଡ଼ିଶା

କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) କେରଳର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ଶୁକ୍ରବାରଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। କେନ୍ଦୁଝର ସାଂସଦ ଶ୍ରୀମତୀ ଶକୁନ୍ତଳା ଲାଗୁରୀ ୧ ଲକ୍ଷ ଟଙ୍କା, ପୋଲସରାର ପୂର୍ବତନ ବିଧାୟକ ଶ୍ରୀ ନିରଞ୍ଜନ ପ୍ରଧାନ ୫୧, ୨୭୦ ଟଙ୍କା ଏବଂ ଭୁବନେଶ୍ବରର ଶ୍ରୀ ରଂଜିତ ଦାସ ୧୫ ହଜାର ଟଙ୍କା ଦାନ କରିଛନ୍ତି। ଜଗତସିଂହପୁର ଟ୍ରକ ମାଲିକ ସଂଘ, ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ, ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି, ପାରାଦୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ଓ ପାରାଦୀପ ବନ୍ଦର ବଣିକ ସଂଘ ପକ୍ଷରୁ ମିଳିତଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହିସବୁ ସଂଗଠନ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ମନୋରଂଜନ କାର୍ଯ୍ୟକ୍ରମରୁ ଖର୍ଚ୍ଚ କାଟ କରି ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହିସବୁ ସଂସ୍ଥାର କର୍ମକର୍ତ୍ତାମାନେ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରିଲିଫ ପାଣ୍ଠି ପାଇଁ ଚେକ୍ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top