କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) କେରଳର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ଏକାମ୍ର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫୦ ହଜାର ଟଙ୍କା, ଭରତପୁର ଜନସାଧାରଣଙ୍କ ପକ୍ଷରୁ ସୂର୍ଯ୍ୟୋଦୟ ଲାଇବ୍ରେରୀ ଜରିଆରେ ୩୫ ହଜାର ଟଙ୍କା ଏବଂ ଓଡିଶା କଙ୍କି ଫାଉଣ୍ଡେସନ ପକ୍ଷରୁ ୧୧ ହଜାର ଟଙ୍କା ଦାନ କରାଯାଇଛି। ଏହିସବୁ ସଂସ୍ଥାର କର୍ମକର୍ତ୍ତାମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରିଲିଫ ପାଣ୍ଠି ପାଇଁ ଚେକ୍ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

 

Leave a Reply

Your email address will not be published. Required fields are marked *