ଓଡ଼ିଶା

କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) କେରଳର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୮ ଲକ୍ଷ ଟଙ୍କା, ବିନାୟକ ସାବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨ ଲକ୍ଷ ଟଙ୍କା, ରଣପୁର ବିଧାୟକ ଶ୍ରୀ ରବିନାରାୟଣ ମହାପାତ୍ର ୪୦ ହଜାର ଟଙ୍କା, ବରଗଡର ସଂଜୟ କୁମାର ମେହେର ୧୫ ହଜାର ଟଙ୍କା, କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତି ଶ୍ରୀ ପ୍ରମୋଦ ସାହୁ ୧ ଲକ୍ଷ ଟଙ୍କା ଏବଂ କଟକ ଚାଉଳିଆଗଞ୍ଜ ମହିଳା ସମିତି ପକ୍ଷରୁ ୧୦ ହଜାର ଟଙ୍କା ଦାନ କରାଯାଇଛି। ଏହିସବୁ ସଂସ୍ଥାର କର୍ମକର୍ତ୍ତାମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରିଲିଫ ପାଣ୍ଠି ପାଇଁ ଚେକ୍ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top