ଓଡ଼ିଶା

କେରଳ ବନ୍ୟା ପୀଡିତଙ୍କ ପାଇଁ ୫ଲକ୍ଷରୁ ଉର୍ଦ୍ଧ୍ବଟଙ୍କା ସହାୟତା

ରାୟଗଡା ତା-୦୭/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ନିମନ୍ତେ ୫ଲକ୍ଷ ୧୮ହଜାର ୫୮୨ଟଙ୍କା କେରଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅନୁରୋଧ କ୍ରମେ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଠାରୁ ୪ଲକ୍ଷ ୪୨ହଜାର ୪୦୨ଟଙ୍କା ମିଳିଥିବା ବେଳେ ଜିଲ୍ଲାର ଅମଳାଭଟ୍ଟା ଗ୍ରାମବାସୀ ୪୬ହଜାର ୧୮୦ଟଙ୍କା ଏବଂ ବିଷମକଟକ ଚୌଧୁରୀ ଏଣ୍ଟରପାଇଜେସ ୩୦ହଜାର ସହାୟତା ଦେଇଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ଜରୁରୀ ଅଧିକାରୀ ସୁବ୍ରତ ପାଣିଗ୍ରାହୀ ଆଦାୟ ହୋଇଥିବା ମୋଟ ୫ଲକ୍ଷ ୧୮ହଜାର ୫୮୨ଟଙ୍କା ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଜିଲ୍ଲା ଆରକ୍ଷ ଅଧିକ୍ଷକ ରାହୁଲ ପିଆରଙ୍କ ଉଦ୍ୟମରେ ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ବହୁ ପରିମାଣ ଶୁଖିଲା ଖାଦ୍ୟ, ବସ୍ତ୍ର ଏବଂ ଆସବାବପତ୍ର ଟ୍ରେନ ଯୋଗେ କେରଳର ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା। ଏହି କାର୍ୟ୍ୟ ପାଇଁ ସାଧାରଣରେ ପ୍ରଶଂସନୀୟ ପାତ୍ର ହୋଇଛି ରାୟଗଡା ଜିଲ୍ଲା ପ୍ରଶାସନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top