ଓଡ଼ିଶା

କେରଳରେ ବନ୍ୟା: ସର୍ଭେ ପାଇଁ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଶ ବଢ଼ାଇଲା ସହାୟତାର ହାତ

ନୂଆଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) : କେରଳରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୨୪ ଲୋକଙ୍କର ମୃତ୍ୟୁ ହୋଇ ଗଲାଣି। ରାଜ୍ୟର ଲୋକମାନଙ୍କର ଅବସ୍ଥା ଜାଣିବା ପାଇଁ ଏବଂ ବନ୍ୟା ଗ୍ରସ୍ତ ଅଞ୍ଚଳର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ପହଁଞ୍ଚିଛନ୍ତି। ଆଜି ସକାଳେ ସେ ତିରୁଅନନ୍ତପୁରମ କୋଚ୍ଚିରେ ପହଁଞ୍ଚି ଛନ୍ତି। କୁହାଯାଉଛିଯେ, କି ପ୍ରଧାନମନ୍ତ୍ରୀ ମୋଦୀ ସର୍ଭେ ପୂର୍ବରୁ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିଜ୍ଞପ୍ତି ଜାରୀ କରି କହିଛନ୍ତି କି କେରଳର ଲୋକମାନଙ୍କର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଦିନରୁ ନଜର ରଖିଛନ୍ତି।

ରାଜ୍ୟରେ ଆସିଥିବା ପ୍ରାକୃତିକ ବିପଦର ମୁକାବିଲା ପାଇଁ ଏନଡିଆରଏଫ କର୍ମିମାନଙ୍କ ବ୍ୟତୀତ ସେନା, ନୌସେନା, ବାୟୁସେନାର ଜବାନ ମଧ୍ୟ ଲୋକମାନଙ୍କୁ ବନ୍ୟାଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ସହାୟତା କରୁଛନ୍ତି। ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ଲୋକ ନିଜନିଜର ଘରର ଛାତ ଏବଂ ଉଚ୍ଚ ସ୍ଥାନ ଉପରେ ଶରଣ ନେଉଛନ୍ତି।

ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା କାମ ଆରମ୍ଭ ହୋଇଛି। ମହିଳା, ଶିଶୁ ଏବଂ ବୃଦ୍ଧମାନଙ୍କ ସମେତ ଶହଶହ ସଂଖ୍ୟାରେ ଲୋକ ଏପରି ଜାଗାରେ ଫସି ରହିଛନ୍ତି ଯେଉଁଠାରେ ନୌକା ପହଁଞ୍ଚି ପାଇଁ ଅସୁବିଧା ହେଉଛି। ଏପରି ଲୋକମାନଙ୍କୁ ହେଲୀକାପ୍ଟରର ସହାୟତାରେ ବାହରକୁ ଅଣା ଯାଉଛି।

ରାଜ୍ୟର ସ୍ଥିତିକୁ ନେଇକରି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ସହିତ କଥା ହୋଇଥିଲେ ଏବଂ ଅବସ୍ଥା କ୍ରମାଗତଭାବେ ‘ଗମ୍ଭୀର’ ହେଉଥିବା ପ୍ରକାଶ କରିଥିଲେ। ୫୦,୦୦୦ ରୁ ଅଧିକ ପରିବାରର ୨.୨୩ ଲକ୍ଷ ଲୋକଙ୍କୁ ଶରଣାର୍ଥୀ ଶିବିରରେ ରଖାଯାଇଛି।

ଇତି ମଧ୍ୟରେ ଓଡ଼ିଶା, ପଂଜାବ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବନ୍ୟାଗ୍ରସ୍ତ ରାଜ୍ୟ କେରଳ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି। କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳରେ ଭୟାବହ ବନ୍ୟାରେ କ୍ଷତିଗ୍ରସ୍ତଙ୍କ ଉପରେ ଦୁଃଖ ପ୍ରକଟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top