ଓଡ଼ିଶା

କେରଳରେ ପ୍ରବଳ ବର୍ଷା: ଭୁସ୍ଖଳନରେ ଫସିଛନ୍ତି ଲୋକେ – ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୪୫ ଜଣଙ୍କର ମୃତ୍ୟୁ

କୋଝିକୋଡ ୧୬/୬ (ଓଡ଼ିଆ ପୁଅ) ଗୋଟେପଟେ ଦେଶର ଉତ୍ତର ଭାଗରେ ଧୂଳି ଲୋକମାନଙ୍କୁ ଅଣନିଶ୍ୱାସୀ କରୁଥିବା ବେଳେ ଦକ୍ଷିଣ ଭାରତରେ ବର୍ଷାର ପ୍ରକୋପ ଜାରି ଅଛି। କେରଳରେ ମୌସୁମୀବାୟୁର କ୍ରମାଗତ ପ୍ରଭାବରେ ବର୍ଷାଯୋଗୁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ପ୍ରାଣ ଗଲାଣି। ଖବର ଅନୁସାରେ ଶୁକ୍ରବାରଦିନ ଜଣେ ଶିଶୁ ଏବଂ ଅନ୍ୟ ଜଣେ କିଶୋରଙ୍କର ଶବ ମିଳିବା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୫ରେ ପହଁଞ୍ଚିଛି।

କଟ୍ଟୀପାରାରେ ହୋଇଥିବା ଭୂସ୍ଖଳନ ପରେ ଶବ ମିଳିବା ଜାରି ଅଛି। ଶୁକ୍ରବାରଦିନ ଦେଢ଼ ବର୍ଷର ଶିଶୁ ରିଫା ମରିଯମର ଶବ ଉଦ୍ଧାର କରାଯାଇଛି ଏବଂ ଅଭିନବ ନାମକ ବାଳକ ବଡକରା ତାଲୁକରୁ ବହି ଯାଇଥିଲା। ମାଟିଭିତରେ ଏବେ ମଧ୍ୟ ତିନୋଟି ପରିବାରର ୬ ଜଣ ଲୋକଙ୍କୁ ଖୋଜିବା ଚାଲୁଅଛି। ଅଧିକାରୀଙ୍କ କହିବା ଅନୁସାରେ ସର୍ଚ୍ଚ ଅପରେସନ ଜାରି ଅଛି ଏବଂ ସେମାନଙ୍କୁ ରେସ୍କ୍ୟୁ କରିବାକୁ ଚେଷ୍ଟା କରାଯାଉଛି।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ପି ବିଜୟନ ଅଧିକାରୀମାନଙ୍କୁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିବାକୁ ସମସ୍ତ ଜିଲା କଲେକ୍ଟର୍ସମାନଙ୍କୁ ଭିଡ଼ିଓ କନ୍ଫ୍ରେଂସିଙ୍ଗ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟମନ୍ତ୍ରୀ ଟିପି ରାମାକୃଷ୍ଣନ ପ୍ରଭାବିତ ସ୍ଥାନ ଗସ୍ତ କରିଛନ୍ତି ଏବଂ ମିଡ଼ିଆକୁ କହିଛନ୍ତିଯେ ସଡ଼କରେ ପାଣି ଏବଂ ବନ୍ୟା କାରଣରୁ ନ୍ୟାସନାଲ ଡିଜାଷ୍ଟର ଟିମ ଏଠାରେ ପହଁଚିବାପାଇଁ ସମୟ ଲାଗିଥିଲା ଏବଂ ସେମାନେ ପହଁଞ୍ଚିବା ପରେ ସେହି ସ୍ଥାନମାନଙ୍କରେ ଏନଡିଆରଏଫ ବ୍ୟତୀତ ପୁଲିସ ଏବଂ ଫାୟାର ବ୍ରିଗେଡ଼ ଏବଂ ରେସ୍କ୍ୟୁ ଟିମ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ପ୍ରଭାବିତ ଲୋକମାନଙ୍କୁ କ୍ୟାମ୍ପକୁ ନେଇ ଖାଦ୍ୟ ଏବଂ ଔଷଧ ଉପଲବ୍ଧ କରାଯାଉଛି।

ଅପର ପକ୍ଷରେ ବିରୋଧି ଦଳ ନେତା ରମେଶ ଚେନ୍ନିଥଲା ବିଧାନସଭାରେ ଭୂସ୍ଖଲନରେ ପ୍ରଭାବିତ ଅଞ୍ଚଳ ପାଇଁ ବିଶେଷ ପ୍ୟାକେଜର ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top