କେରଳରେ କୋରାପୁଟ ଶ୍ରମିକଙ୍କ ମୃତ୍ୟୁ; ମୃତଦେହ ଆଣିବା ନିମନ୍ତେ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ ; ତା୦୪-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କେରଳକୁ ଦାଦନ ଖଟିବାକୁ ଯାଇ କୋରାପୁଟର ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ଓ ମୃତଦେହ ଆଣିବା ନିମନ୍ତେ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।କୋଟପାଡ ବ୍ଲକ ଅନ୍ତର୍ଗତ ସୁରଳି ଗ୍ରାମର ଲୋକନାଥ ଭତ୍ରାଙ୍କ ବଡପୁଅ ଚୈତନ୍ୟ ଭତ୍ରା ଗତ ୧ ତାରିଖ ଦିନ କେରଳର ଏଲଏପି ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସେଠାକାର ପୋଲିସ କୋଟପାଡ ପୋଲିସକୁ ଜଣାଇବା ପରେ ଚୈତନ୍ୟର ମୃତ୍ୟୁ ଖବର ପାଇଥିଲେ କିନ୍ତୁ କିପରି ତାହାର ମୃତ୍ୟୁ ହେଲା ତାହାର ସଠିକ ଖବର ପରିବାର ପାଖରେ ନ ଥିବା ଜଣାପଡିଛି। ମୃତଦେହ ଆଣିବାକୁ ଲୋକନାଥଙ୍କ ସହ ୫ ଜଣ ଯାଇଛନ୍ତି କିନ୍ତୁ ସେମାନେ ପହଂଚି ନ ଥିବା ଜଣାପଡିଛି।ସେମାନେ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ଓ ଜିଲ୍ଲାପ୍ରଶାନ କାର୍ଯ୍ୟାଲୟ ସହ ଯୋଗାଯୋଗ କରି ମୃତ୍ୟୁର କାରଣ ନିମନ୍ତେ ତଦନ୍ତ କରିବା ସହ ମୃତଦେହ ଆଣିବା ନିମନ୍ତେ ନିବେଦନ କରିଥିବା ଜଣାପଡିଛି। ଏଠାରେ କାମ ନ ମିଳିବାରୁ ଗତ ମାସ ୨୫ ତାରିଖରେ ଚୈତନ୍ୟ ଓ ଗ୍ରାମର କୁଶଧର ଭତ୍ରା ଜଗଦଲପୁର ଦେଇ କେରଲ ଯାଇଥିଲେ ବୋଲି ଚୈତନ୍ୟର ମା ପୂର୍ବା ଭତ୍ରା ପ୍ରକାଶ କରିଥିଲେ।କେରଲରେ ପହଂଚିବାରେ ସେ ଫୋନ କରିଥିଲା ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *