କେରଲର ତ୍ରିସୂରରେ RSS କାର୍ଯ୍ୟକର୍ତ୍ତାଙ୍କର ହତ୍ୟା: ମର୍ଡର କେସରେ ଜାମିନିରେ ଜେଲରୁ ବାହରକୁ ଆସିଥିଲେ

ଆନନ୍ଦ ନାମକ ଏହି ବ୍ୟକ୍ତିଙ୍କ ଉପରେ ଆରୋପଥିଲା କି ସେ ୨୦୧୪ ରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରିଥିଲେ। ସେ ଏହି ସମୟ ସେ ଏହି ମାମଲାରେ ଜାମିନି ପାଇ ବାହରେ ଥିଲେ

ତିରୁବନନ୍ତପୁରମ ୧୨-୧୧ (ଓଡ଼ିଆ ପୁଅ) : କେରଳର ତ୍ରିସୂର ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱଯଂସେବକ ସଂଘର ଜଣେ କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରାଯାଇଛି। ପି. ଆନନ୍ଦ ନାମକ ଏହି ବ୍ୟକ୍ତିଙ୍କ ଉପରେ ଆରୋପ ଥିଲାଯେ, ସେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରିଥିଲେ। ହତ୍ୟା ସମୟରେ ସେ ଏହି ମାମଲାରେ ଜାମିନିରେ ବାହର ଥିଲେ। ପୁଲିସର ସୂଚନାନନୁଯାୟୀ ତ୍ରିସୂର ଜିଲ୍ଲାରେ ଆନନ୍ଦ ଏକ ବାଇକରେ ଯାଉଥିବା ସମୟରେ ଏକ କାର ତାଙ୍କୁ ଧକ୍କା ମାରିଥିଲା। ଏହା ପରେ କାରରୁ କିଛି ଲୋକ ବାହରକୁ ଆସି ଆନନ୍ଦଙ୍କ ଉପରେ ଧାରଦାର ହଥିଆରରେ ହମଲା କରିଥିଲେ। ତାଙ୍କୁ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *