କେବିନରେ ନିଆଁ ଲଗାଇଲେ ଦୁର୍ବୁତ୍ତ

ତୁରୁମୁଙ୍ଗା ୨୯-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ କଡ଼ ରେ ଥିବା ଝୁଲା ପୃଷ୍ଟି ଙ୍କ ଏକ କେବିନ କୁ ଗତକାଲି କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଛନ୍ତି ଫଳରେ କେବିନ ଭିତରେ ଥିବା ସାମଗ୍ରୀ ଜଳି ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ନିଆଁ ଜଳିବା ଦେଖି ବଜାର ରେ ଥିବା ଲୋକ ଙ୍କ ଦ୍ଵାରା ନିଆଁ ଲିଭାଯାଇଥିଲା।ଏନେଇ କେବିନ ମାଲିକ ଝୁଲା ପୃଷ୍ଟି ତୁରୁମୁଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ନିଆଁ ଲାଗିବା ର କୌଣସି କାରଣ ଜଣା ପଡିନଥିବା ବେଳେ କେହି ଦୁର୍ବୁତ୍ତ ମନ୍ଦ ଉଦ୍ୟେଷ୍ୟ ରଖି ଏପରି କାଣ୍ଡ ଘଟାଇଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *