ଓଡ଼ିଶା

କେବିକେ ପ୍ରଶାସକଙ୍କ ମାଲକାନଗିରି ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ

ମାଲକାନଗିରି, ୨୮ା୭ (ଓଡିଆ ପୁଅ ) କେବିକେ ପ୍ରଶାସକ ବରିଷ୍ଟ ଆଇଏଏସ ଅଫିସର ଶ୍ରୀ ଏସ.ପି. ଠାକୁର ମାଲାକନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପ ପରିଦର୍ଶନ ସହିତ ବିଭିନ୍ନ ବିଭାଗର କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଆଜି ସକାଳେ ପ୍ରଶାସକ ଶ୍ରୀ ଠାକୁର ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଡିଗ୍ରୀକଲେଜ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ନୂତନ ସାତ ମହାଲା ବିଶିଷ୍ଟ ଜିଲ୍ଲା ହସପିଟାଲ, ନବନିର୍ମିତ ବିଇଡି କଲେଜ, ଏକଲବ୍ୟ ସ୍ୱତନ୍ତ୍ର ବିଦ୍ୟାଳୟ, ପଦ୍ମଗିରି ପଚାଂୟତ ଚନ୍ଦନଗୁଡା ଗ୍ରାମର ଆଦିବାସୀ ଯୁବକ ପ୍ରହ୍ଲାଦ କବାସୀଙ୍କ ଅତ୍ୟାଧୁନିକ ଶୈଳିରେ ମତ୍ସ ଜାଆଁଳ ଚାଷ ପ୍ରକଳ୍ପ, କୋରକୁଣ୍ଡା ବ୍ଲକର ଶାରଦାଗୁଡା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ, ଚିତ୍ରକୋଣ୍ଡା ଗୁରୁପ୍ରୟାସେତୁ, କୋରକକୁଣ୍ଡା ଠାରେ ନୁତନ ୩୩କେଭିର ସବ ଷ୍ଟେସନ, ଚିତାପାରି ୩ ଠାରେ ବିଜୁସେତୁ, ବାଲିମେଳା ଠାରେ କଳିଙ୍ଗ ମଡେଲ ଆବାସିକ ବିଦ୍ୟାଳୟ ସହିତ ଅନ୍ୟାନ ଜିଲ୍ଲାର ଉନ୍ନୟନମୁଳକ କାର୍ଯ୍ୟ ପରିଦର୍ଶନ କରି ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଶାସକ ଙ୍କ ସହିତ ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, କୋରକୁଣ୍ଡା ବିଡିଓ ଦାଶରଥି ସରାବୁ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ପାନୀୟଜଳ, ବିଦ୍ୟୁତ, ଟେଲିଫେନ, ରାସ୍ତା, ଜଳସେଚନ ସମସ୍ୟା ପ୍ରିତି ଦୃଷ୍ଟି ଦିଆ ଯାଇ ସତିଗୁଡା ଡ୍ୟାମର ପୁନରୁଦ୍ଧାର କରାଯିବ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନା, ବିଜୁପକ୍କାଗୃହ, ଜଳସେଚନ, ଏମଜି ଏନଆରଇଜିଏସ୍ ଯୋଜନା, ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ଶିକ୍ଷାବ୍ୟବସ୍ଥା, ପାନୀୟଜଳ ଯୋଗାଣ ବ୍ୟବସ୍ଥା ଆଦି ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ତ୍ୱରାନିତ କରିବା ପାଇଁ ପରାମର୍ଶ ଦେଇ କେବିକେ ପ୍ରଶାସକ ଶ୍ରୀ ଏସ.ପି. ଠାକୁର ଆଜି ଫେରିଯାଇଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top