ଓଡ଼ିଶା

କେନ୍ଦ୍ର ସରକାର ଆଖୁ ଚାଷୀଙ୍କ ବକେୟା ରାଶି ପ୍ରଦାନ ପାଇଁ ଜାରି କଲେ ନିର୍ଦ୍ଦେଶନାମା

୧. ୨୦୧୭-୧୮ ଚିନି ଋତୁରେ ଉପଭୋକ୍ତାଙ୍କ ଆବଶ୍ୟକତା ନେଇ ହୋଇଥିବା ଆକଳନ ତୁଳନାରେ, ଅଧିକ ଚିନି ଉତ୍ପାଦନ କାରଣରୁ ଚଳିତ ଚିନି ଋତୁ ଆରମ୍ଭରୁ ଘରୋଇ ବଜାରରେ ଚିନି ଦର ନିରାଶାଜନକ ସ୍ତରରେ ରହିଥିଲା। ଫଳ ସ୍ୱରୂପ, କୃଷକମାନଙ୍କର ସଂଚିତ ବକେୟା ପରିମାଣ ୨୦, ୦୦୦ କୋଟିରୁ ଅଧିକ ଟଙ୍କା ହୋଇଯାଇଛି।

୨. ଉଚିତ ସ୍ତରରେ ଚିନି ମୂଲ୍ୟ ସ୍ଥିର ରଖିବା ଏବଂ ଚିନିକଳଗୁଡିକର କାରବାର ବା ଆର୍ଥôକ ସ୍ଥିତିରେ ସୁଧାର ଆଣି କୃଷକମାନଙ୍କୁ ବକେୟା ଦେୟ ପ୍ରଦାନ କରିବା ପାଇଁ ସରକାର ବିଗତ ତିନି ମାସ ମଧ୍ୟରେ ନିମ୍ନଲିଖିତ ପଦକ୍ଷେପ ନେଇଛନ୍ତି।

(କ) ଚିନି ଆମଦାନୀ ଉପରେ ସୀମା ଶଳ୍କ ୫୦%ରୁ ୧୦୦%କୁ ବୃଦ୍ଧି କରାଯାଇଛି

(ଖ) ୨୦୧୮ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଚିନି ଦର ସ୍ଥିର ରଖିବା ପାଇଁ ଚିନି ମହଜୁଦ ସୀମା ଉପରେ କଟକଣା ଲାଗୁ କରାଯାଇଥିଲା।

(ଗ) ଚିନି ରତ୍ପାନି ପାଇଁ ସମ୍ଭାବନା ସୃଷ୍ଟି କରିବା ନିମନ୍ତେ ଚିନି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାକୁ ସରକାର ଚିନି ରପ୍ତାନି ଉପରୁ ସଂମ୍ପୂର୍ଣ୍ଣ ଭାବେ ସୀମା ଶୁଳ୍କ ଛାଡ଼ କରି ଦେଇଛନ୍ତି।

(ଘ) ୨୦୧୭-୧୮ ଚିନି ଋତୁରେ ଚିନି ଉଦ୍ୟୋଗଗୁଡିକର ସୂଚୀସ୍ତର ଏବଂ ଆର୍ଥିକ କାରବାର ବା ଲିକ୍ୟୁଡିଟି ଉପଲବ୍ଧô ପାଇଁ ଚିନିକଳ ପିଛା ସର୍ବନିମ୍ନ ସାଂକେତିକ ରପ୍ତାନି ପରିମାଣ ମୋଟ ୨୦ ଲକ୍ଷ ଟନ ଧାର୍ଯ୍ୟ କରାଯାଇଥିଲା।

(ଙ) ପୁନଶ୍ଚ, ଚିନିକଳକୁ ପ୍ରୋତ୍ସାହନ ଦେବା ପାଇଁ ଅଧିକ ଉତ୍ପାଦିତ ଚିନି ରପ୍ତାନି ପାଇଁ ସରକାର ଶୁଳ୍କ ମୁକ୍ତ ରପ୍ତାନି ପ୍ରାଧିକରଣ ଯୋଜନାରେ ଅନୁମତି ପ୍ରଦାନ କରିଛନ୍ତି।

୩. ଅପ୍ରେଲ ୨୦୧୫ରେ ଆଖୁ ଚାଷୀଙ୍କ ବକେୟା ରାଶି ବିପଦଜନକ ଭାବେ ୨୨, ୦୦୦ କୋଟି ଟଙ୍କାରେ ପହଂଚିଥିଲା। କେନ୍ଦ୍ର ସରକାର ୨୦୧୫ ଡିସେମ୍ବରରେ, ଆଖୁ ଚାଷୀଙ୍କ ବକେୟା ରାଶି ପ୍ରଦାନ ପାଇଁ ଉତ୍ପାଦନଭିତିକ ରିହାତି ମଞ୍ଜୁରି ନେଇ ଅଧିସୂଚନା ଜାରି କରିଥିଲେ। ଆଖୁ ପେଡିବା ପାଇଁ କୃଷକମାନଙ୍କୁ କ୍ୱିଂଟାଲ ପ୍ରତି ୪.୫୦ ଟଙ୍କା ରିହାତି ପ୍ରଦାନ କରାଗଲା। ଏହି ପଦକ୍ଷେପର ପରିଣାମ ସ୍ୱରୂପ ଚିନି ଦର ସ୍ଥିର ରହିଲା ଏବଂ ବକେୟା ଦେୟ ନିରନ୍ତର ଭାବେ ହ୍ରାସ ପାଇଲା।

୪. କୃଷକମାନଙ୍କର ଦେୟ ପଇଠ କରିବା ପାଇଁ ଚିନିକଳଗୁଡିକୁ ସହାୟତା ପ୍ରଦାନ ନିମନ୍ତେ ସରକାର ୨୦୧୭-୧୮ ଚିନି ଋତୁରେ ଆଖୁ ପେଡିବା ପାଇଁ କ୍ୱିଂଟାଲ ପ୍ରତି ୫.୫୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତି ନେଇଛନ୍ତି। ଏହି ସହାୟତା ରାଶି ସିଧାସଳଖ କୃଷକମାନଙ୍କୁ ଚିନିକଳ ତରଫରୁ ପ୍ରଦାନ କରାଯିବ। ଏହାକୁ ପୂର୍ବ ବର୍ଷରେ କୃଷକମାନଙ୍କୁ ପ୍ରଦାନ କରାଯିବାକୁ ଥିବା ବକେୟା ସହିତ ମିଶାଇ ଉଚିତ ଏବଂ ଲାଭକାରୀ ମୂଲ୍ୟ ପ୍ରଦାନ କରାଯିବ।

୫. ଚିନିକଳଗୁଡିକ ନିମ୍ନ ଲିଖିତ ସର୍ତ ପୂରଣ କରୁଥିଲେ, ଆଖୁ ପେଡିବା ପାଇଁ କ୍ୱିଂଟାଲ ପ୍ରତି ୫.୫୦ ଟଙ୍କା ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ :

(କ) ଇଥାନଲ ଉତ୍ପାଦନ କ୍ଷମତା ଥିବା କାରଖାନା ଏବଂ ଇଥାନଲ ଯୋଗାଣ ପାଇଁ ତୈଳ ବିପଣନ କମ୍ପାନୀଗୁଡିକ ସହିତ ଚୁକ୍ତି ସ୍ୱାକ୍ଷର କରିଥିବେ, ଏବଂ ୨୦୧୭-୧୮ ଇଥାନଲ ଋତୁ (ଡିସେମ୍ବର, ୨୦୧୭-ନଭେମ୍ବର, ୨୦୧୮)ରେ ଇଥାନଲ ଯୁକ୍ତ ପେଟ୍ରୋଲ ଯୋଗାଣ କାର୍ଯ୍ୟକ୍ରମ ଅଧିନରେ ସର୍ବନିମ୍ନ ୮୦% ଇଥାନଲ ଯୋଗାଇଥିବେ।

(ଖ) ଚିନି (ନିୟନ୍ତ୍ରଣ) ଆଦେଶ ୧୯୬୬ର ବ୍ୟବସ୍ଥା ଅନୁସାରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଆଖୁ ପେଡିବା, ଚିନି ଉତ୍ପାଦନ, ଚିନି ତଥା ତାହାର ଅନ୍ୟାନ୍ୟ ଉପ-ଉତ୍ପାଦ ବିକ୍ରି ଆଦି ଉପରେ ଦିଆଯାଇଥିବା ପ୍ରୋଫର୍ମା-୨ରେ ଅନ୍ଲାଇନ ରିଟର୍ଣ୍ଣ ଦାଖଲ କରିଥିବା ଆବଶ୍ୟକ।

(ଗ) ୨୦୧୭-୧୮ ଚିନି ଋତୁରେ ଚିନିମିଲଗୁଡିକ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସମସ୍ତ ଆଦେଶ/ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଦରକାର।

୬. ଏହି ସହାୟତା ୨୦୧୭-୧୮ ଚିନି ଋତୁରେ ପେଡା ଯାଉଥିବା ଆଖୁରେ କ୍ୱିଂଟାଲ ପ୍ରତି ୫.୫୦ ଟଙ୍କା ପ୍ରଦାନ କରାଯିବ ଅଥବା ପୂର୍ବ ଆନୁମାନିକ ୨୮୦୦ଏଲଏମଟି ଆଖୁ ପେଡା ଅଥବା ଯାହା ସର୍ବନିମ୍ନ ସେହି କ୍ଷେତ୍ରରେ ଲାଗୁ ହେବ।

୭. ସର୍ବମୋଟ ୧୫୪୦ କୋଟି ଟଙ୍କାର ସହାୟତା ସିଧାସଳଖ ବହୁତ ବଡ଼ ସଂଖ୍ୟାରେ କୃଷକମାନଙ୍କୁ ଲାଭବାନ କରାଇବ ଏବଂ କୃଷକମାନଙ୍କୁ ବକେୟା ପ୍ରଦାନ କ୍ଷେତ୍ରରେ ଚିନିକଳଗୁଡିକୁ ଦୀର୍ଘକାଳୀନ ସମୟ ପାଇଁ ସେମାନଙ୍କ ଋଣଭାର ହ୍ରାସ ଦିଗରେ ସହାୟତା କରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top