ଓଡ଼ିଶା

କେନ୍ଦ୍ର ସରକାରଙ୍କ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦିଆନଯିବା ପ୍ରତିବାଦରେ ପକୁଡି ଷ୍ଟଲ

କେନ୍ଦ୍ରାପଡା ୯/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରର ବିଜେପି ସରକାର ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ ବୋଲି ନାରା ଦେଇ କେନ୍ଦ୍ରରେ ସରକାର ଗଢିବା ପରେ ବେକାରୀଙ୍କୁ ନିଯୁକ୍ତି ଦେବା କଥା ଭୁଲିଯାଇଥିବାରୁ ତାହାର ପ୍ରତିବାଦରେ ଆଜି କେନ୍ଦ୍ରାପଡା ଶିକ୍ଷିତ ବେକାରୀ ସଙ୍ଘ ପକ୍ଷରୁ ସ୍ଥାନୀୟ ପୁରୁଣା ମଟରଷ୍ଟାଣ୍ଡରେ ଏକ ଷ୍ଟଲ ଖୋଲାଯାଇ କୋବି ପକଡା ଓ ଚିକେନ ପକଡା ବିକ୍ରୀ କରାଯାଇଥିଲା । ଏହି ଷ୍ଟଲ ଖୋଲିଥିବା ସଙ୍ଘର କର୍ମକର୍ତ୍ତା ମୀର ମୁର୍ଶିଦ,ଉମେଶ ପାଢି,ଅଭିଷେକ ବିଶ୍ୱାଳ,ବିକାଶ ରଞ୍ଜନ ଦାସ,ଦିପକ ବିଶ୍ୱାଳ,ଗତାନୁଗତ ବିଶ୍ୱାଳ,ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ଶିକ୍ଷା ସମାପ୍ତ ପରେ କେନ୍ଦ୍ର ସରକାରଙ୍କ ନିଯୁକ୍ତି ପ୍ରଦାନ ପାଇଁ ପ୍ରତିଶୃତି ସତ୍ୱେ ନିଯୁକ୍ତି ନମିଳିବାରୁ ଏଭଳି ଷ୍ଟଲ ଖୋଲିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ । ଏହି ଷ୍ଟଲରୁ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ପ୍ରାକ୍ତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ,ସୈାମେନ୍ଦ୍ର ପୃଷ୍ଟି,ସଞ୍ଜୟ କୁମାର ରାଉତ,କମଳାକାନ୍ତ ବେହେର.ଆଶିଷ ମେକାପ ପ୍ରମୁଖ ପକଡା କିଣୁ ଥିବାର ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top