ଓଡ଼ିଶା

କେନ୍ଦ୍ର ସରକାରଙ୍କ ଯୋଜନା ଓ ଅର୍ଥରେ ସବୁ ବ୍ଲକରେ କୃଷକ କଲ୍ୟାଣ କର୍ମଶାଳା ୩୧୪ ବ୍ଲକରେ ବିଜେପି କୃଷକ ମୋର୍ଚା ତରଫରୁ ଚାଷୀ ଉପସ୍ଥିତି କରାଗଲା ଉଦ୍ୟମ

– କେନ୍ଦ୍ରୀୟ ସହାୟତା ସତେ ଚାଷୀଙ୍କୁ ସଚେତନତା କରିବାକୁ ଆନ୍ତରିକତା ଦେଖାଇନାହାନ୍ତି ରାଜ୍ୟ ସରକାର
– କୃଷକର ଆୟକୁ ଦ୍ୱିଗୁଣିତ କରିବାପାଇଁ ମୋଦୀ ସରକାର ବଦ୍ଧପରିକର
– କୃଷକ ମୋର୍ଚ୍ଚାର ନେତୃବୃନ୍ଦ ଓଡିଶାର ୩୧୪ ଗୋଟି ବ୍ଲକରେ କୃଷକ କଲ୍ୟାଣ କର୍ମଶାଳା ଆୟୋଜନ କରି ରାଜ୍ୟର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କର କୃଷି କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ

ଭୁବନେଶ୍ୱର, ୩/୫(ଓଡ଼ିଆ ପୁଅ): କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୁତ ‘ଗ୍ରାମ ସ୍ୱରାଜ ଅଭିଯାନ’ ଅର୍ନ୍ତଭୃକ୍ତ ରାଜ୍ୟର ପ୍ରତ୍ୟେକ ବ୍ଲକରେ ‘କୃଷକ କଲ୍ୟାଣ କର୍ମଶାଳା’ ଆଜି ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଗାମୀ ୨୦୨୨ ସୁଦ୍ଧା କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ କୃଷକ କଲ୍ୟାଣକାରୀ ଯୋଜନାମାନ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରାଉଛନ୍ତି। କୃଷକ ମାନଙ୍କର ହକ୍ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡିକୁ ଲୋକାଭିମୁଖୀ କରାଇବା ପାଇଁ କେନ୍ଦ୍ର ସରକାର ବଦ୍ଧ ପରିକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ଗ୍ରାମସ୍ୱରାଜ ଅଭିଯାନରେ ଆଜି ରାଜ୍ୟର ୩୧୪ ଗୋଟି ବ୍ଲକରେ ସରକାରୀ ଭାବେ ଆୟୋଜିତ କୃଷକ କଲ୍ୟାଣ କର୍ମଶାଳାରେ ବିଜେପି କୃଷକ ମୋର୍ଚାର କାଯ୍ୟକର୍ତା ମାନେ ଯୋଗଦେଇଛନ୍ତି ବୋଲି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ସୁରଥ ବିଶ୍ୱାଳ କହିଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରତି ବ୍ଲକରେ କୃଷକ କଲ୍ୟାଣ କର୍ମଶାଳାର ଆୟୋଜନ ପାଇଁ ପ୍ରତି ବ୍ଲକକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହି କର୍ମଶାଳା ମାଧ୍ୟମରେ କୃଷକ ମାନେ କିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାର ଲାଭ ନେଇପାରିବେ ସେ ସମ୍ବନ୍ଦରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ଥିଲା।

ମାତ୍ର ଏହି କର୍ମଶାଳାରେ ଚାଷୀମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆଦୌ ଆନ୍ତରିକ ଉଦ୍ୟମ ହୋଇନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ବ୍ଲକ ମାନଙ୍କରେ ଅନୁଷ୍ଠିତ କର୍ମଶାଳାରେ କିଛି ସରକାରୀ କର୍ମଚାରୀ ଉପସ୍ଥିତ ଥିବା ବେଳେ ସରକାରୀ ଭାବେ ଚାଷୀମାନଙ୍କୁ ଏହି କାଯ୍ୟକ୍ରମରେ ଯୋଗଦେବା ପାଇଁ ସେପରି ଉଦ୍ୟମ ହୋଇନଥିଲା। କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ଦେଢଗୁଣ କରିବା, କୃଷିବୀମା, ଜଳସେଚନ ପାଇଁ ବ୍ୟୟ ଆଦି ଯୋଜନାର ଲାଭ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ ନକରିବା ଚିନ୍ତାର ବିଷୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା, କୃଷି ଋଣ ଉପରେ କେନ୍ଦ୍ର ଦେଉଥିବା ରିହାତି, ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଏଥିରେ ନୂତନ ଶସ୍ୟକୁ ସାମିଲ କରାଇବା, ଜାତୀୟ କୃଷି ବଜାର ପ୍ରତିଷ୍ଠା ଓ ଇ-ମଣ୍ଡି ପ୍ରଚଳନ ବ୍ୟବସ୍ଥା, ନିମ୍ ଆସ୍ତରଣ ୟୁରିଆର ପ୍ରଚଳନ ଓ ଅଭାବୀ ସାର ବିକ୍ରି ସଙ୍କଟ ଦୂର, ଜାତୀୟ ଗ୍ରାମୀଣ ହାଟ ଯୋଜନାରେ ଅଧିକ ୨୨ଶହ ଗ୍ରାମ୍ୟ ହାଟ ନିର୍ମାଣ କରିବା, ନଡା ଓ କୃଷି ବର୍ଜ୍ୟବସ୍ତୁରୁ ୯ଶହ କୋଟି ଟଙ୍କା ବ୍ୟୟରେ ୨ଜି-ଇଥାନେଲ କାରଖାନା ଓଡିଶାରେ ପ୍ରତିଷ୍ଠା ପାଇଁ ମୋଦୀଜୀଙ୍କ ଘୋଷଣା ଆଦି ଅନେକ କଲ୍ୟାଣକାରୀ ଯୋଜନାରେ ଓଡିଶା ଭଳି ଗରୀବ ରାଜ୍ୟର କୃଷକମାନେ ଉପକୃତ ହୋଇପାରୁନାହାଁନ୍ତି। ଅଦ୍ୟାବଧୀ ଏହି ଯୋଜନା ସମ୍ପର୍କରେ ଓଡିଶାର ଅଧିକାଂଶ ଚାଷୀକୂଳ ଅବଗତ ହୋଇପାରୁନଥିବାରୁ ଏହାର ଲାଭ ମଧ୍ୟ ଚାଷୀମାନେ ପାଇପାରୁନାହାଁନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକଠାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, କେନ୍ଦୁଝର ସଦର ବ୍ଲକରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସହେଶ୍ୱର ସାହୁ, କଟକ ସଦର ବ୍ଲକରେ ହୃଷିକେଶ ଜେନା, କଣାସରେ କୃଷ୍ଣ ଜଗଦେବ, ଭୁବନେଶ୍ୱର ବ୍ଲକରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂ ସରୋଜ ସାହୁ, ପିପିଲି ବ୍ଲକରେ ଆଶ୍ରିତ ପଟ୍ଟନାୟକଙ୍କ ସମେତ କୃଷକ ମୋର୍ଚ୍ଚାର ପ୍ରମୁଖ ନେତୃତ୍ୱମାନେ ସମସ୍ତ ବ୍ଲକରେ ହୋଇଥିବା ଏହି କର୍ମଶାଳାରେ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top