କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୀତି ଆୟୋଗ ଓ ରୋଜଗାର ବିହିନ ବିକାଶକୁ ବି.ଏମ.ଏସ.ର ବିରୋଧ

ଭଦ୍ରକ, ୨୩/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ନୀତି ଆୟୋଗର ପୁର୍ନଗଠନ ଦାବିରେ ଓ କେନ୍ଦ୍ର ସରକାରଙ୍କର ରୋଜଗାରବିହିନ ବିକାଶ ବିରୁଦ୍ଧରେ ଦେଶବ୍ୟାପି ଆନ୍ଦୋଳନ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନକରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଭାରତୀୟ ମଜଦୁର ସଂଘ କେନ୍ଦ୍ର ସରକାରଙ୍କର ନିତି ଆୟୋଗର କାର୍ଯ୍ୟ ପଦ୍ଧତିକୁ ଘୋର ନିନ୍ଦା କରିଛନ୍ତି। କାରଣ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଏହି ଆୟୋଗ ସାଧାରଣ ଲୋକଙ୍କ ବିକାଶ ପାଇଁ ଯେଉଁ ସବୁ ପ୍ରସ୍ତାବ ପ୍ରସ୍ତୁତ କରୁଛି ଯାହାକି ବଡ଼ ବଡ଼ ଶିଳ୍ପପତି ଓ କୋଟିପତିଙ୍କ ପ୍ରରୋଚନାରେ ହେଲାଭଳି ଲାଗୁଛି। କୃଷି ଦ୍ରବ୍ୟ ଉପରେ ସେବା କର, ଭବିଷ୍ୟନିଧି ଫଣ୍ଡର ଶ୍ରମିକ ଅଂଶଧନ (ଶିଳ୍ପପତିଙ୍କ ଦେୟ) ୧୨% ରୁ ୧୦% କରିବା ଖାଦ୍ୟ ସୁରକ୍ଷା ସବସିଡ଼୍ କମ୍ କରିବା, ବଡ଼ ବଡ଼ ସରାକାରୀ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର, କୃଷକମାନଙ୍କୁ ସାର ସବସିଡ଼ କମ୍ କରିବା ସମସ୍ତ ଶ୍ରମ ଆଇନର ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଆମୁଳଚୂଳ ପରିବର୍ତ୍ତନ କରିବା, ମହିଳା ଶ୍ରମିକମାନଙ୍କୁ ରାତ୍ରିକାଳୀନ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିବା, ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଘୋଷିତ ସମାନ କାମକୁ ସମାନ ଦରମା ନିୟମକୁ ଅତ୍ୟନ୍ତ କଠୋରତାପୂର୍ଣ୍ଣ ଦର୍ଶାଇ ତାର ଉଚ୍ଛେଦ ପାଇଁ ପ୍ରସ୍ତାବ ଦେବା ଓ ଆୟୋଗର ନୀତିକୁ ଲାଗୁ କରିବାପାଇଁ ଚେଷ୍ଟା କରୁଛନ୍ତି।

ସ୍କିମ ୱାର୍କର ନାମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପାଚିକା କର୍ମୀ ଦୀର୍ଘଦିନ ଧରି ଶୋଷିତ ହେଉଥିଲେ ମଧ୍ୟ ତାଙ୍କ ପାଇଁ କିଛି ଯୋଜନା ନାହିଁ। ଏହି ଆୟୋଗରେ ଥିବା ସଦସ୍ୟମାନେ ସାଧାରଣ ବର୍ଗର ଅଭାବ ଅସୁବିଧା ସହ ଆଦୌ ସଂପୃକ୍ତ ନଥିବା କାରଣରୁ କିଭଳି ଗରିବ ହନ୍ତାକାରୀ ପ୍ରସ୍ତାବମାନ ଦେଇ ସାଧାରଣ ଲୋକଙ୍କ ବିରୋଧି ଭାବେ ସରକାରଙ୍କୁ ପ୍ରତିପାଦିତ କରୁଛନ୍ତି। ଆହୁରିମଧ୍ୟ ବିକାଶ ମଡ଼େଲ ନାମରେ ରୋଜଗାର ବିହିନ, ସଂସ୍କାର ବିହିନ ଓ ନିତୀବିହିନ ମଡ଼େଲ ପ୍ରସ୍ତୁତି କରୁଛନ୍ତି।

ଏହା ବିରୁଦ୍ଧରେ ଭାରତୀୟ ମଜଦୁର ସଂଘର ନିଷ୍ପତ୍ତିକ୍ରମେ ନିତି ଆୟୋଗର ପୁର୍ନଗଠନ ଦାବି ଓ ଏକ ୧୨ ଦଫା ଦାବି ସମ୍ବଳିତ ଶ୍ରମିକମାନଙ୍କର କଲ୍ୟାଣ, ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରିବା, ସ୍କିମ ୱାରକର ମାନଙ୍କୁ ସର୍ବନିମ୍ନ ଦରମା ମାସିକ ୧୮ ହଜାର ଟଙ୍କା ପ୍ରଦାନ କରିବା ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମଜଦୁର ସଂଘର ଜିଲ୍ଲା ସଂପାଦକ ମନୋଜ ବସନ୍ତରାୟ, ଉପସଭାପତି ଚନ୍ଦ୍ରଶେଖର ଜେନା, ବିଶ୍ୱଜିତ୍ ବେହେରା, ସପନ ମହାନ୍ତି, ମୁକ୍ତିକାନ୍ତ ସାହୁ, ସରୋଜ ସାହୁ, ପ୍ରଦୀପ ରାଉତ, ରବିନ୍ଦ୍ର ଦେଓ, ଚକ୍ରଧର ରାଉତ, ଧାମରା ବନ୍ଦରରୁ ପ୍ରଫୁଲ୍ଲ ସେଠୀ, ମୁନୁ ଲେଙ୍କା, କୈଳାସ ବିଶ୍ୱାଳ ଏବଂ ଅଲ ଓଡ଼ିଶା ଅଙ୍ଗନୱାଡ଼ି ରାଜ୍ୟ ସଂପାଦିକା ସୁମିତା ମହାପାତ୍ର, ଜିଲ୍ଲା ସଭାନେତ୍ରୀ ପ୍ରମିଳା ପାଢୀ, ଜୟନ୍ତୀ ଜେନା, ଜାନକୀ ଦାସ, ସୀତା ପଣ୍ଡା, ସଂଧ୍ୟା ପୋଇ, ସୀମା ମଲ୍ଲିକ, ମଂଜୁଲତା ବାରିକ୍, ନିର୍ମାଣ ମଜଦୁର ସଂଘର କମଳାକାନ୍ତ ସାହୁ, ବିଶ୍ୱନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *