କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ସିପିଆଇର ବିକ୍ଷୋଭ

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ଦେଶରେ ବୃଦ୍ଧି ପାଉଥିବା କୃଷକ ଆତ୍ମହତ୍ୟା, ଚାଷୀକୁ ଫସଲର ଉଚିତ୍ ମୂଲ୍ୟ ଦେବାରେ କେନ୍ଦ୍ର ସରକାରଙ୍କ ପ୍ରତାରଣା ଏବଂ ଆନେ୍ଦାଳନକାରୀ କୃଷକଙ୍କୁ ବିଜେପି ଶାସିତ ରାଜ୍ୟ ସରକାରଙ୍କ ଗୁଳି କରି ହତ୍ୟା ପ୍ରତିବାଦରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି କଟକ ଜିଲ୍ଲା ଓ ନଗର କମିଟି ପକ୍ଷରୁ ଏକ ବିରାଟ ପଟୁଆର ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ସଂପାଦକ ଅମରେନ୍ଦୁ ମହାନ୍ତି, ନଗର ସଂପାଦକ ବିନୋଦ ବେହେରା, ଜିଲ୍ଲା ସହ ସଂପାଦକ ଉଦୟ କେଶରୀ ବର୍ମା, ରାଜ୍ୟ ପରିଷଦ ସଭ୍ୟ ତୈ୍ରଲୋକ୍ୟନାଥ, ରାମଚନ୍ଦ୍ର ବେହେରା, କାଳୀ ମିଶ୍ର, ଅଶ୍ୱିନୀ ମହାନ୍ତି, ନାରାୟଣ ଡାଳୁଆ, କେ ଯୋଶେଫ, କଣ୍ଡୁରି ପାତ୍ର, ରାଜେଶ ଭୋଇ, କଲିମୁଲ୍ଲା ଖାଁ, ଦିବାକର ଭୋଇ, ଲୋକନାଥ ବେହେରା, ଚନ୍ଦନ ଭୋଇ, ରାଜା ଭୋଇ, ଭୁବନା ସାହୁ ପ୍ରମୁଖ ଉଦ୍ବୋଧନ ଦେଇ ମୋଦି ସରକରଙ୍କ ଅମଳରେ କୃଷକମାନଙ୍କ ସମସ୍ୟା ସୀମା ଟପିଯାଇଥିବା, ବିମୁୁଦ୍ରାୟନ ଫଳରେ ଚାଷ ଓ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବା, ଧାନର ସହାୟକ ମୂଲ୍ୟ ବୃଦ୍ଧି ଓ କମ୍ ସୁଧ ହାରରେ ଋଣ ଦେବାର ପ୍ରତିଶ୍ରୁତି ଦେଇ ବିଜେପି ସରକାର ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ । କୃଷକ ଓ ଚାଷୀ ବିରୋଧୀ କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପି ଆନେ୍ଦାଳନ ଗଢିତୋଳିବାକୁ ଆହ୍ୱାନ ଦେବା ସହ ଋଣ ଛାଡ ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *