ଓଡ଼ିଶା

କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ ସଭା

ସମ୍ବଲପୁର ୨୧/୦୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଦେଶରେ ବର୍ତ୍ତମାନ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏଟିଏମ ଗୁଡିକରେ ଟଙ୍କା ନାହିଁ। ଯାହା ଫଳରେ ସାରା ଦେଶରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅପାରଗତା ଦାୟୀ ବୋଲି ଅଭିଯାଗ ଆଣି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଜି କଚେରୀ ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଏକ ଶାନ୍ତିପୂର୍ଣ ପ୍ରତିବାଦ ସଭା କରାଯାଇଥିଲା। ଏହି ସଭାରେ କେନ୍ଦ୍ର ସରକାରଙ୍କ ମନୋମୁଖୀ ଆର୍ଥିକ ପରିଚାଳନା, ଏଟିଏମରେ ଟଙ୍କା ନବାହାରିବା ସମସ୍ୟା, ନଗଦ ଟଙ୍କାର ଅଭାବ, ବ୍ୟାଙ୍କ ନେଣ ଦେଣା ଉପରେ କଟକଣା ଓ ଦେୟ, କଳା ଧନ ଫେରିବାର ମିଛ ପ୍ରତିଶୃତି, ବିମୁଦ୍ରାକାରଣ ପରେ ଆର୍ଥିକ ସଙ୍କଟ ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେଡି ନେତୃବୃନ୍ଦ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ସମ୍ବଲପୁର ସହର ସଭାପତି ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ, ରାଜ୍ୟ ପରିଷଦ ସଭ୍ୟ ସିଦ୍ଧାର୍ଥ ଦାସ, ସଞ୍ଜୟ ବାବୁ, ରାଜଲଷ୍ମୀ ପ୍ରଧାନ, ସୟଦ ଶିରାଜ, ଶାନ୍ତନୁ ବଡ଼ପଣ୍ଡା, ଆର୍ତତ୍ରାଣ ମିଶ୍ର, ବିହାରୀ ଲାଲ ପନ୍ସାରୀ ବେଦବ୍ୟାସ ସାଠୁଆ, ମନୋଜ ମହାପାତ୍ର, ପ୍ରଶାନ୍ତ ଥାପା, ରାଊଂଗେୟ ସରଙ୍ଗୀ, ସୁରେନ୍ଦ୍ର ବିଶ୍ୱାଳ, ଚିତ୍ତରଞ୍ଜନ ପଣ୍ଡା, ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ସୁଧାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ, ନନ୍ଦ ହରିପାଲ, ପ୍ରହଲ୍ଲାଦ ଗୁରୁ, ସୁମନ୍ତ୍ର ପଣ୍ଡା, ମମତା ପଣ୍ଡା, ଅକ୍ଷୟ ବାଗ, ମାମି ନାୟକ, ହସିନା ବି, ନୁଁର୍ସିଦା ବେଗମ, ଅନିଲ ଗୁପ୍ତା, ହରେକୃଷ୍ଣ ସରାଫ, ସୌରିନ୍ଦ୍ରୀ ନାଏକ, କିଶୋର ମୁଣ୍ଡା, ହେରମ୍ବ ଚନ୍ଦ୍ର ଦାନୀ, ମୁନୁ ସିଂଦେଓ, ତପନ ନାଏକ, ପ୍ରକାଶ ଗରଡ଼ିଆ, ଶ୍ରୀନିବାସ ମହାପାତ୍ର, ସୁବାସିନୀ ଓରାମ, ସୁନନ୍ଦା ଚଇନି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top