ଓଡ଼ିଶା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ପରେ ବଢିଲା ଚିନାବାଦାମ କ୍ରୟର ସରକାରୀ ସମୟ ସୀମା

– କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ପତ୍ର ଲେଖି ଅବଗତ କଲେ
– ୧୫ ଦିନ ବଢିଲା ମାର୍କଫେଡ ଦ୍ୱାରା ଚିନାବାଦାମ କ୍ରୟର ସମୟ ସୀମା
ଭୁବନେଶ୍ୱର, ନୂଆଦିଲ୍ଲୀ, ୦୯ ଜୁଲାଇ (ଓଡ଼ିଆ ପୁଅ) – ରାଜ୍ୟର ଚିନାବାଦାମ ଚାଷୀ ମାନେ ଆଗାମୀ ୧୯ ତାରିଖ ଯାଏ ମାର୍କଫେଡକୁ ଚିନାବାଦାମ ବିକ୍ରୀ କରି ପାରିବେ। ଚାଷୀ ମାନଙ୍କ ଠାରୁ ଚିନାବାଦାମ କିଣିବା ପାଇଁ ଶେଷ ତାରିଖକୁ ବଢାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପତ୍ର ପାଇବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଚିନାବାଦାମ କିଣିବା ପାଇଁ ଶେଷ ତାରିଖକୁ ୧୫ ଦିନ ବଢାଇବା ନେଇ ଘୋଷଣା କରିଛନ୍ତି। ବର୍ତମାନ ୧୯ ତାରିଖ ଯାଏ ରାଜ୍ୟର କୃଷକ ମାନେ ମାର୍କଫେଡକୁ ଚିନାବାଦାମ ବିକ୍ରୀ କରି ପାରିବେ ବୋଲି ଶ୍ରୀ ସିଂହ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ସୋମବାର ଦିନ ଏକ ପତ୍ର ଲେଖି କହିଥିଲେ ଯେ ପୁରୀ ଜିଲ୍ଲାର କଣାସ ଓ କୃଷ୍ଣପ୍ରସାଦ ବ୍ଲକର ଚିନାବାଦାମ ଚାଷୀ ମାନଙ୍କ ସରକାରଙ୍କ ତରଫରୁ ଚିନାବାଦାମ କିଣିବାର ଶେଷ ତାରିଖକୁ ଢାଇବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ ପକ୍ଷରୁ ଏହି ଚିନାବାଦାମକୁ ସ୍ଥାନୀୟ ମାର୍କଫେଡ ଚିନାବାଦାମ ଖରିଦ କରୁଥିଲା ଓ ଏହାର ଶେଷ ତାରିଖ ୪ ଜୁଲାଇ ଥିଲା। ତେବେ ମୌସୁମୀ କାରଣରୁ ପାଖାପାଖି ୨ ହଜାର ଚାଷୀ ୫୦ ଲକ୍ଷ ଟଙ୍କା ମୂଲ୍ୟର ଚିନାବାଦାମ ବିକ୍ରୀ କରି ପାରି ନାହାନ୍ତି। ତେଣୁ ତାଙ୍କ ପାଇଁ ଏହାକୁ ବଢାଯାଉ ବୋଲି ଶ୍ରୀ ପ୍ରଧାନ ଏହିପତ୍ରରେ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସୋମବାର ଦିନ ହିଁ ଏହାର ଉତରରେ ଶ୍ରୀ ସିଂହ ତାଙ୍କ ପତ୍ରରେ କହିଛନ୍ତି ଯେ କୃଷି ବିଭାଗ ପକ୍ଷରୁ ଏ ସମ୍ପର୍କରେ ପରୀକ୍ଷା ନୀରିକ୍ଷା କରା ଯିବା ପରେ ଏହାକୁ ୧୫ ଦିନ ଯାଏ ବଢା ଯାଇଛି ଓ ୧୯ ତାରିଖ ଯାଏ ଚାଷୀ ମାନେ ଚିନାବାଦାମ ବିକ୍ରୀ କରି ପାରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top