ଓଡ଼ିଶା

କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସହାୟକ ଗାଡ଼ି ବାରିକପୁର ବଜାର ୧୬ ନଂ ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଆକାଶପଥରେ ଆସି ବାଲେଶ୍ୱର, ଶୋର ଓ ଭଦ୍ରକ ଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲେ। ମନ୍ତ୍ରୀଙ୍କ ଗାଡ଼ି ଆଗରେ ଯାଉଥିବା ନାଲିବତୀ ଗାଡ଼ିଟି କୌଣସି କାରଣ ବଶତଃ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ କେହି ଗୁରୁତର ଆହତ ହୋଇ ନାହାଁନ୍ତି। ଦୁର୍ଘଟଣା ସଂପର୍କରେ ଅଧିକ ଜାଣିବା ପାଇଁ ଧାମନଗର ଥାନା ଅଧିକାରିଣୀଙ୍କୁ ଯୋଗା ଯୋଗ କରାଯାଇଥିଲେ ସୁଦ୍ଧା ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ। ଦିନ ୪ ଟାରୁ ୫ଟା ମଧ୍ୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top