Home Top News କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ୨୦୨୨-୨୩ ବିପଣନ ଋତୁ ପାଇଁ ବଢ଼ିଲା ଖରିଫ ଫସଲର ସର୍ବନିମ୍ନ...

କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ୨୦୨୨-୨୩ ବିପଣନ ଋତୁ ପାଇଁ ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)

118

ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସରକାର ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି, ଯାହାର ତାଲିକା ନିମ୍ନରେ ଦିଆଗଲା।

୨୦୨୨-୨୩ ବିପଣନ ଋତୁ ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପ୍ରତି ଟଙ୍କା)

 

ଫସଲ  ଏମଏସପି ୨୦୧୪-୧୫  ଏମଏସପି ୨୦୨୧-୨୨    ଏମଏସପି ୨୦୨୨୨୩ ଉତ୍ପାଦନ ଖର୍ଚ୍ଚ* ୨୦୨୨-୨୩ ଏମଏସପିରେ ବୃଦ୍ଧି

(ସମ୍ପୂର୍ଣ୍ଣ)

ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ

(ପ୍ରତିଶତରେ)

ଧାନ (ସାଧାରଣ) ୧୩୬୦ ୧୯୪୦   ୨୦୪୦ ୧୩୬୦ ୧୦୦ ୫୦
ଧାନ (ଗ୍ରେଡ୍‌ ଏ)^ ୧୪୦୦ ୧୯୬୦   ୨୦୬୦ ୧୦୦
ଯଅ (ହାଇବ୍ରିଡ୍‌) ୧୫୩୦ ୨୭୩୮   ୨୯୭୦ ୧୯୭୭ ୨୩୨ ୫୦
ଯଅ (ମାଲଦାଣ୍ଡି) ^ ୧୫୫୦ ୨୭୫୮   ୨୯୯୦ ୨୩୨
ବାଜରା ୧୨୫୦ ୨୨୫୦   ୨୩୫୦ ୧୨୬୮ ୧୦୦ ୮୫
ମାଣ୍ଡିଆ ୧୫୫୦ ୩୩୭୭   ୩୫୭୮ ୨୩୮୫ ୨୦୧ ୫୦
ମକା ୧୩୧୦ ୧୮୭୦   ୧୯୬୨ ୧୩୦୮ ୯୨ ୫୦
ହରଡ଼ ୪୩୫୦ ୬୩୦୦   ୬୬୦୦ ୪୧୩୧ ୩୦୦ ୬୦
ମୁଗ ୪୬୦୦ ୭୨୭୫   ୭୭୫୫ ୫୧୬୭ ୪୮୦ ୫୦
ବିରି ୪୩୫୦ ୬୩୦୦   ୬୬୦୦ ୪୧୫୫ ୩୦୦ ୫୯
ଚିନାବାଦାମ ୪୦୦୦ ୫୫୫୦   ୫୮୫୦ ୩୮୭୩ ୩୦୦ ୫୧
ସୂର୍ଯ୍ୟମୁଖୀ ମଞ୍ଜି ୩୭୫୦ ୬୦୧୫   ୬୪୦୦ ୪୧୧୩ ୩୮୫ ୫୬
ସୋୟାବିନ (ହଳଦିଆ) ୨୫୬୦ ୩୯୫୦   ୪୩୦୦ ୨୮୦୫ ୩୫୦ ୫୩
ରାଶି ୪୬୦୦ ୭୩୦୭   ୭୮୩୦ ୫୨୨୦ ୫୨୩ ୫୦
କଳାରାଶି ୩୬୦୦ ୬୯୩୦   ୭୨୮୭ ୪୮୫୮ ୩୫୭ ୫୦
କପା (ମଧ୍ୟମ ଷ୍ଟେପଲ) ୩୭୫୦ ୫୭୨୬   ୬୦୮୦ ୪୦୫୩ ୩୫୪ ୫୦
କପା (ସାଧାରଣ ଷ୍ଟେପଲ)^ ୪୦୫୦ ୬୦୨୫   ୬୩୮୦ ୩୫୫

* ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରି, ବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚ, ଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚ, ଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚ, ଡିଜେଲ/ବିଦ୍ୟୁତ, ବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି।

^ ଧାନ (ଗ୍ରେଡ୍‌ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ରେଶା) ପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି। ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାଜରା, ହରଡ଼, ବିରି, ସୂର୍ଯ୍ୟମୁଖି ମଞ୍ଜି, ସୋୟାବିନ ଏବଂ ଚିନାବାଦାମର ଏମଏସପି ଉପରେ ଲାଭ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ୫୦ ପ୍ରତିଶତ ଅଧିକ ନିର୍ଦ୍ଧାରଣ କରାଯାଇଛି ଯାହାକି ଯଥାକ୍ରମେ : ୮୫%, ୬୦%, ୫୯%, ୫୬%, ୫୩% ଏବଂ ୫୧% ରଖାଯାଇଛି।

 

ବିଗତ କିଛି ବର୍ଷ ମଧ୍ୟରେ ଏମଏସପିକୁ ତୈଳବୀଜ, ଡାଲି ଏବଂ ମୋଟା ଶସ୍ୟ କ୍ଷେତ୍ରରେ ପୁନଃସଂଗଠିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଛି। ଏହି ଫସଲ ଅମଳ ପାଇଁ ଚାଷୀମାନଙ୍କୁ ବିସ୍ତୃତ କ୍ଷେତ୍ରକୁ ନେଇଯିବା ଏବଂ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କୃଷି ପଦ୍ଧତି ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି। ଚାହିଦା-ଯୋଗାଣ ମଧ୍ୟରେ ରହିଥିବା ଅସନ୍ତୁଳନକୁ ଦୂର କରିବା ଲାଗି ଉଦ୍ୟମ କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ, ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୪.୫୧ ନିୟୁତ ଟନ୍ ହେବା ନେଇ ପୂର୍ବାନୁମାନ କରାଯାଇଛି ଯାହାକି ୨୦୨୦-୨୧ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୩.୭୭ ନିୟୁତ ଟନ୍ ଠାରୁ ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ, ବିଗତ ୫ ବର୍ଷ (୨୦୧୬-୧୭ ଠାରୁ ୨୦୨୦-୨୧)ର ହାରାହାରୀ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୩.୮୦ ନିୟୁତ ଟନ୍ ଅଧିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.