ଓଡ଼ିଶା

କେନ୍ଦ୍ର କ୍ୟାବିନେଟ ଓ କେନ୍ଦ୍ର କ୍ୟାବିନେଟର ଆର୍ଥିକ ମାମଲାର ସମିତିର ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତି – ଇଥାନୋଲର ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ

– ତୈଳ ଓ ଗ୍ୟାସ କ୍ଷେତ୍ରରେ ଏନହାନ୍ସସ ରିକଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ

ନୂଆଦିଲ୍ଲୀ, ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଓ କ୍ୟାବିନେଟର ଆର୍ଥିକ ମାମଲାର ସମିତିର ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତି ଗ୍ରହଣ କରା ଯାଇଛି। ଇଥାନୋଲର ମୂଲ୍ୟରେ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆ ଯିବା ସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ଏନହାନ୍ସସ ରିକଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ ଦିଆ ଯାଇଛି।

କ୍ୟାବିନେଟର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ବି-ହେଭି ମୋଲାସିସ ଇଥାନୋଲର ଦାମ ୪୭.୧୩ ଟଙ୍କା ପ୍ରତି ଲିଟରକୁ ବଢା ଯାଇ ୫୨.୪୩ ଟଙ୍କା ପ୍ରତି ଲିଟର କରା ଯିବା ସହ ୧୦୦ ପ୍ରତିଶତ ଆଖୁ ରସରୁ ତିଆରି ଇଥାନଲର ମୂଲ୍ୟକୁ ୪୭.୧୩ ଟଙ୍କା ପ୍ରତି ଲିଟରରୁ ୫୯.୧୩ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହି ନିଷ୍ପତି ଫଳରେ ବିଭିନ୍ନ କାମରେ ଆଖୁ ରସର ଅଧିକ ଖର୍ଚ କମିବ ଓ ଚାଷୀ ମାନଙ୍କୁ ସେମାନଙ୍କର ବକେୟା ମୂଲ୍ୟ ଦେବାରେ ଚିନି ମିଲ ଗୁଡିକର ତରଳତା ବଢିବ ଓ ଇଥାନୋଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ପାଇଁ ଅଧିକ ଇଥାନୋଲ ଉପଲବ୍ଧ ହୋଇ ପାରିବ।

ସମସ୍ତ ଡିଷ୍ଟିଲାରୀ ଯୋଜନାର ଲାଭ ନେଇ ପାରିବେ ତଥା ଅଧିକ ସଂଖ୍ୟାରେ ଡିଷ୍ଟିଲାରୀ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନୋଲ ଯୋଗାଣ କରିବେ। ଇଥାନୋଲ ଯୋଗାଣକର୍ତା ମାନଙ୍କୁ ସହାୟକ ମୂଲ୍ୟ ପ୍ରାପ୍ତ ହେବା ଦ୍ୱାରା ଆଖୁ ଚାଷୀ ମାନଙ୍କର ବକେୟା କମିବ ତଥା ଏହି ପ୍ରକ୍ରିୟାରେ ଆଖୁ ଚାଷୀମାନଙ୍କର ସମସ୍ୟା କମିବ।

ପେଟ୍ରୋଲରେ ଇଥାନୋଲ ମିଶ୍ରଣ କରିବାର ଅନେକ ଲାଭ ରହିଛି। ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ। ଅନୁରୂପ ଭାବେ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକରେ ତୈଳ ଓ ଗ୍ୟାସର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ହାଇଡ୍ରୋ କାର୍ବନ ଭଣ୍ଡାରରୁ ରିକଭରିରେ ସୁଧାର ପାଇଁ ଏନହାନ୍ସଡ ରିକୋଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ ଦିଆ ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top