ଓଡ଼ିଶା

କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ରାଜ୍ୟର ସମସ୍ତ ୬୬ଟି ଆରଏମସିକୁ ଇ- ନାମ ପ୍ଲାଟଫର୍ମ ସହ ଯୋଡିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୪ ଜୁଲାଇ (ଓଡ଼ିଆ ପୁଅ) – ବର୍ତମାର ରାଜ୍ୟରେ ଦଶଟି ମଣ୍ଡି ଇ- ନାମ ପ୍ଲାଟଫର୍ମ ସହ ଯୋଡି ହୋଇଥିବା ବେଳେ ଓଡିଶା ଷ୍ଟେଟ ଏଗ୍ରିକଲଚରାଲ ମାର୍କେଟିଂ ବୋର୍ଡ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଦ୍ୱାରା ଚାଷୀ ମାନଙ୍କୁ ଲାଭ ହେବା ସହ ସେମାନଙ୍କର ଆୟ ବଢି ପାରିବ। ଶ୍ରୀ ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ପତ୍ର ଲେଖି ଏହି ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଏହି ପତ୍ରରେ ଭୁବନେଶ୍ୱରରେ ନିକଟରେ ଅନୁଷ୍ଠିତ ହୋଇଥିବା ଏଗ୍ରି- ବିକାଶ- ୨୦୧୮ରେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଦେଇଥିବା ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ରାଜ୍ୟରେ ଥିବା ଅଧିକାଂଶ ଆରଏମସିରେ ଆବଶ୍ୟକୀୟ ସୁବିଧା ଓ ଭିତିଭୂମିର ଅଭାବ ରହିଛି। ଏହି ଆରଏନସି ଗୁଡିକୁ ଇ- ନାମ ପ୍ଲାଟଫର୍ମ ସହ ଯୋଡିହେଲେ ଭିତିଭୁମି ଓ ସୁବିଧା ମିଳିବା ସହ ଚାଷୀ ମାନଙ୍କର ସମସ୍ୟା ଦୂର ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ଏଗ୍ରି ବିକାଶ -୨୦୧୮ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମ୍ମିଳନୀରେ ଏକହଜାରରୁ ଉର୍ଧ ଚାଷୀ. କୃଷି ଉଦ୍ୟମୀ, କୃଷି ଶିକ୍ଷାବିତ, କୃଷି ଛାତ୍ର ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ- ନାମ ପ୍ଲାଟଫର୍ମର ସଫଳତା ସମ୍ପର୍କରେ କହିଥିଲେ। ଏହା ଦ୍ୱାରା କିପରି ବର୍ତମାନର କୃଷି ଉତ୍ପାଦ ମାର୍କେଟିଂ କମିଟିକୁ କୃଷକ ଓ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ସହ ଯୋଡା ଯାଇ କୃଷକ ମାନଙ୍କ ପାଇଁ ବଜାର ସୃଷ୍ଟି କରା ଯାଇ ପାରୁଛି ସେ ସମ୍ପର୍କରେ ସେ ଏହି ସମ୍ମିଳନୀରେ କହିଥିଲେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଯେ ଓଡିଶାରେ ୬୦ରୁ ୭୦ ପ୍ରତିଶତ ଲୋକ ଚାଷ ଓ ଏହା ସହ ଜଡିତ ଅନ୍ୟ ଆନୁଷଙ୍ଗିକ କାମ ଦ୍ୱାରା ନିଜର ଜୀବିକା ନିର୍ବାହ କରିଥାନ୍ତି। ତେବେ କୃଷି ଉତ୍ପାଦର ବିପଣନ ଓ ପ୍ରକ୍ରିୟାକରଣରେ ରାଜ୍ୟର ଚାଷୀ ମାନେ ପଛରେ ଥିବା କାରଣରୁ କୃଷି କ୍ଷେତ୍ରରେ ପ୍ରତି ବ୍ୟକ୍ତି ଆୟ ଖୁବ କମ ରହିଛି। ଏହି ପରିପ୍ରେକ୍ଷୀରେ କୃଷକ ଓ କୃଷି ସମ୍ପର୍କିତ ସଂଗଠନ ଗୁଡିକୁ ଇ- ନାମ ସହ ଯୋଡିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଚାଷୀ ମାନେ ସେମାନଙ୍କର ଉତ୍ପାଦର ସଠିକ ମୂଲ୍ୟ ପାଇ ପାରିବେ ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବାର ଧ୍ୟାର୍ଯ୍ୟ ଲକ୍ଷ୍ୟକୁ ହାସଲ କରା ଯାଇ ପାରିବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।

ରାଜ୍ୟର ଏହି ବଜାର ଗୁଡିକୁ ଇ- ନାମ ପ୍ଲାଟଫର୍ମ ସହ ଯୋଡିବା ପାଇଁ ସହଯୋଗ କରିବା ପାଇଁ ସେ ଏହି ସମ୍ମିଳନୀରେ କହିଥିବା ଏହି ପତ୍ରରେ ଦର୍ଶାଇଛନ୍ତି। ତେଣୁ ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top