କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର ଯୁବ ସମାଜ ବିରୋଧୀ – ଲୋକନାଥ ମହାରଥୀ: ସଭାପତି, ଓଡିଶା ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ୱର ତା ୨୮.୩ (ଓଡ଼ିଆ ପୁଅ) – ବିଜୁ ଜନତା ଦଳର ‘ବିଜୁ ଯୁବ ବାହିନୀ’ ଯୋଜନା ଓଡିଶାର ଯୁବ ସମାଜ ପ୍ରତି ଏକ ଉପହାସ ବୋଲି ପ୍ରଦେଶ ଯୁବ କଂଗ୍ରେସର ସଭାପତି ଶ୍ରୀ ଲୋକନାଥ ମହାରଥୀ କହିଛନ୍ତି। ସରକାରୀ ଅର୍ଥରେ ବିଜୁ ଜନତା ଦଳର ଏହା ଏକ ଦଳୀୟ କର୍ମୀ ପୋଷଣ ନୀତି ବୋଲି ଶ୍ରୀ ମହାରଥୀ ଅଭିଯୋଗ କରିଛନ୍ତି। ୨୦୦୦ ମସିହାରେ ଶାସନକୁ ଆସିବାର ୧୪ ବର୍ଷ ପରେ ବିଜୁ ଜନତା ଦଳ ସରକାର ଯୁବ ସମାଜକୁ ଭୂଅାଁ ବୁଲାଇବା ପାଇଁ ‘ଯୁବନୀତି’ ପ୍ରଣୟନ କରିଥିଲେ। ଯେଉଁଥିରେ ଯୁବ ସମାଜ କେବଳ ପ୍ରତାରିତ କରିବା ପାଇଁ ଷଡଯନ୍ତ୍ର କରାଯାଇଛି। ଆଜିର ଦିନରେ ‘ଯୁବନୀତି’ କଣ କାର୍ଯ୍ୟକାରୀ ବା ଫଳପ୍ରଦ ହୋଇଛି ତାହା ଓଡିଶାର ସାଧାରଣ ଜନତା ଜାଣି ସାରିଲେଣି।

ସ୍ୱପ୍ନ ଦେଖାଗଲା ବର୍ଷକୁ ୧ ଲକ୍ଷ ନିଯୁକ୍ତି ଦେବାକୁ। ୧୮ ବର୍ଷରେ ୪୦ ଲକ୍ଷ ବେକାର ଯୁବକ ଯୁବତୀ ରାସ୍ତାରେ ଚିତ୍କାର କରୁଛନ୍ତି। ମାତ୍ର ୪୦ ହଜାର ଯୁବକ ଯୁବତୀଙ୍କୁ ବିଧିବଦ୍ଧ ଭାବରେ ନିଯୁକ୍ତି ଦେଇଛନ୍ତି, ନବୀନ ସରକାର ଓଡିଶାର ଯୁବ ସମାଜ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଏବେ ସାଧାରଣ ନିର୍ବାଚନ ଆସିବାରୁ ‘ବିଜୁ ଯୁବ ବାହିନୀ’ ଯୋଜନା କରି ଯୁବ ସମାଜକୁ ଭଣ୍ଡାଇ ଦିଆଯାଇଛି। କେବଳ ନିଜ ଦଳର ଯୁବକର୍ମୀଙ୍କୁ ବିନା କାରଣରେ ରାଜ୍ୟ ରାଜକୋଷରୁ ଅର୍ଥ ଦେବାର ବ୍ୟବସ୍ଥା ହୋଇଛି। ଯେଉଁ ବିଜେଡି ଯୁବ କର୍ମୀମାନେ ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କର ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରୁ ରାଜ୍ୟ ସରକାରଙ୍କ ସହଯୋଗରେ ଅର୍ଥ ହରିଲୁଟ କରୁଛନ୍ତି ସେହିମାନେ ହିଁ ‘ବିଜୁ ବାହିନୀ’ ରେ ଉପକୃତ ହେବେ। ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ଓଡିଶାର ଯୁବ ସମାଜକୁ ଏହା ଦ୍ୱାରା ନବୀନ ସରକାର ପ୍ରତାରିତ କରିଛନ୍ତି ବୋଲି ଶ୍ରୀ ମହାରଥୀ କହିଛନ୍ତି।

ଅନ୍ୟପକ୍ଷରେ ବିଜେପିର ହେବାକୁ ଥିବା ‘ଯୁବ ସମାବେଶ’ ଯେଉଁଥିରେ କି ଅମିତ୍ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଓଡିଶାର ଯୁବ ସମାଜକୁ ଭୂଅାଁ ବୁଲାଇବାକୁ ଏହା ଉଦ୍ଦିଷ୍ଟ। ମୋଦି ସରକାର ବର୍ଷକୁ ଦୁଇକୋଟି ଦେବାକୁ ନିଯୁକ୍ତି ଦେଇଥିଲେ। ତଦନୁସାରେ ଓଡିଶା ଭାଗରେ ବର୍ଷକୁ ୭ ଲକ୍ଷ ନିଯୁକ୍ତି ମିଳିବା କଥା। ୪ ବର୍ଷରେ ବିଜେପି ସରକାର ୨୮ ଲକ୍ଷ ନିଯୁକ୍ତି ବ୍ୟବସ୍ଥା ଓଡିଶା ପାଇଁ କରିଛନ୍ତି। ଯଦି ମୋଦିଙ୍କ କହିବା ଅନୁସାରେ ‘ପକୋଡା ବିକ୍ରୀ’ ବଢ଼ିଲେ ନିଯୁକ୍ତି ବଢିଛି ତେବେ ବିଜେପିର ଏହି ନିଯୁକ୍ତି ନୀତି ଦେଶର ଯୁବ ସମାଜକୁ ପରିହାସ କରିଛି। ଉଭୟ ବିଜେଡି ଓ ବିଜେପି ଓଡିଶାର ଯୁବ ସମାଜର ଶତ୍ରୁ। ଶ୍ରୀ ମହାରଥୀ କହିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ବେକାରୀ ସମସ୍ୟା ପ୍ରତିବାଦରେ ବାରମ୍ବାର ସ୍ୱର ଉତ୍ତୋଳନ କରିଆସୁଛି। ରାଜ୍ୟ ସାରା ଓ ରାଜଧାନୀରେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହେଉଛି। ଗତ ମେ ୧୬, ୨୦୧୭ ମସିହାରେ ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନରେ ‘ବେକାର ଯୁବକ ଯୁବତୀଙ୍କୁ ଚାକିରୀ’ ଦାବିରେ ସଚିବାଳୟ ଘେରାଉ କରାଯାଇଥିଲା। ଓଡିଶାର ଯୁବ ସମାଜର ଦାବି ପ୍ରଦେଶ ଯୁବ କଂଗ୍ରେସର ଦାବି। ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଓଡିଶାର ଯୁବସମାଜକୁ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁଭଳି ପ୍ରତାରିତ କରିଛନ୍ତି, ତାହାକୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ମହାରଥୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ନିଳମାଧବ ପଣ୍ଡା, ରଂଜିତ୍ କୁମାର ପାତ୍ର, ଅଙ୍କିତ ସିଂଘାଇ, ରୁପେଶ ବେହେରା, ତୁଷାରକାନ୍ତ ତପସ୍ୱୀ, ପ୍ରଦ୍ୟୁମ୍ନ ଦାସ, ହରିଶ୍ ରସ୍କା, ବିମଳ ବେହେରା, ପୱନ ଶର୍ମା, ସ୍ୱାଗତ କର, ଶିବଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *