ଓଡ଼ିଶା

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧରୀ ବୀରେନ୍ଦ୍ର ସିଂହଙ୍କ ଦ୍ବାରା ରାଉରକେଲା ଇସ୍ପାତ କାରଖାନାର ନବୀକୃତ ଏକ ନମ୍ବର ବ୍ଲାଷ୍ଟ ଫର୍ଣସ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ

ରାଉରକେଲା ୧୨/୬ (ଓଡ଼ିଆ ପୁଅ) କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ୨୦୧୮ ମସିହା ଜୁନ୍ ୧୧ ତାରିଖରେ ରାଉରକେଲା ଇସ୍ପାତ କାରଖାନାର ନବୀକୃତ ଏକ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ-ପାର୍ବତୀ’କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏକ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ-‘ପାର୍ବତୀ’ ହେଉଛି ସେଲ୍‌ର ପ୍ରଥମ ବ୍ଲାଷ୍ଟ ଫର୍ନେସ ଯାହାକୁ ୧୯୫୯ ମସିହା ଫେବୃୟାରୀ ୩ ତାରିଖରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ବ୍ଲାଷ୍ଟ ଫର୍ନେସ୍କୁ ସମ୍ପୂର୍ଣ୍ଣ ପୁନନିର୍ମାଣ ପାଇଁ ୨୦୧୩ ମସିହା ଅଗଷ୍ଟ ୬ ତାରିଖରୁ ବନ୍ଦ ରଖାଯାଇଥିଲା। ଯଦିଓ ଏହା ପୁରୁଣା ଫାଉଣ୍ଡେସନ ଉପରେ ନିର୍ମିତ ହୋଇଛି, ଏହି ପୁନଃନିର୍ମିତ ଫର୍ନେସର ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ଉକ୍ତ ପୁନଃନିର୍ମାଣ ଫଳରେ ଏହି ଫର୍ନେସର ବାର୍ଷିକ ଉତ୍ପାଦନ କ୍ଷମତା ୦.୪୩୮ ନିୟୁତ ଟନ୍‌ରୁ ୧.୦୧୫ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।

ଏହି ଅବସରରେ ଇସ୍ପାତ ସଚିବ ତକ୍ଟର ଅରୁଣା ଶର୍ମା, ଇସ୍ପାତ ମନ୍ତ୍ରଣାଳୟର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି, ଶ୍ରୀ ବିନୟ କୁମାର, ଇସ୍ପାବ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଶ୍ରୀ ପୁନିଟ କାଂସାର, ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ସମୀର ଶୁକ୍କା ଓ ଅତିରିକ୍ତ ବ୍ୟକ୍ତିଗତ ସଚିବ ଶ୍ରୀ ପରବିନ୍ଦର ସିଂହ, ସେଲ୍ ଅଧ୍ୟକ୍ଷ ଶ୍ରୀ ପି.କେ.ସିଂହ, ସେର ପ୍ରକଳ୍ପ ଓ ବ୍ୟବସାୟ ଯୋଜନା ନିର୍ଦ୍ଦେଶକ ତକ୍ଟର ଜି.ବିଶ୍ବକର୍ମା, ସେଲ୍‌ର ଜାର୍ମିକ ନିର୍ଦ୍ଦେଶକ ଶ୍ରୀ ଅତୁଲ ଶ୍ରୀବାସ୍ତବ, ଆ ର ସିଇଓ ଶ୍ରୀ ଅଶ୍ଵିନୀ କୁମାରଙ୍କ ସମେତ ସେଲ୍‌ର ବହୁ ବରିଷ୍ଠ ଅଧିକାରୀ ଓ କାରଖାନାର ବହୁସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ।

ପୂର୍ବରୁ ସେ ମଧ୍ୟ ଇସ୍ପାତ ଜେନେରାଲ ହସ୍ପିଟାଲ ଠାରେ ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଲକର ଭିକ୍ଷିପ୍ରସ୍ତର ସ୍ଥାପନା କରିଥିଲେ। ଏହି ୟୁନିଟ, ଉକ୍ତ ଅଂଚଳରେ ଏକ ଅନନ୍ୟ ୟୁନିଟ ରୂପେ ପରିଗଣିତ ହେବାସହ କେବଳ ରାଉରକେଲା ବାସୀ ନୁହନ୍ତି, ପରନ୍ତୁ ପଡୋଶୀ ଜିଲ୍ଲା ଓ ରାଜ୍ୟ ଗୁଡିକର ଜନସାଧାରଣଙ୍କ ଆବଶ୍ୟକତା ପୂରଣରେ ମଧ୍ୟ ସହାୟକ ହେବ।

ପରିଦର୍ଶନରେ ଆସିଥିବା ଅତିଥିମାନେ ମଧ୍ୟ ଆର୍.ଏସ୍.ପିର ଅତ୍ୟାଧୁନିକ ନୂତନ ପ୍ଲେଟ୍ ମିଲ୍ ପରିଦର୍ଶନ କରିବା ସହ ଭକ୍ତ ମିଲ୍ ସମ୍ମୁଖରେ ଥିବା ପ୍ରଗତି ଉଦ୍ୟାନରେ ଗୁରା ରୋପଣ କରିଥିଲେ।

ପରେ ଅତିଥିମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ପଣଧାରୀମାନଙ୍କ ସହ ମତ ବିନିମୟ କରିଥିଲେ।
ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ରାଉରକେଲା ବିମାନବନ୍ଦର ଠାରେ ଅବତରଣ କରିବାକ୍ଷଣି ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଚ୍ଛନ୍ସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ମନ୍ତ୍ରୀ ମହୋଦୟଙ୍କୁ ସି ଆଇ ଏସଏଫ ଦ୍ବାରା ଏକ ଚିତ୍ତାକର୍ଷକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ରାଉରକେଲା ହାଉସ ଠାରେ ମଧ୍ୟ ଓଡ଼ିଶା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top