କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇଲେକ୍ଟୋରାଲ୍ ବଣ୍ଡକୁ ରାଜ୍ୟ ବିଜେପିର ସ୍ୱାଗତ: ସମୀର ମହାନ୍ତି

ଭୁବନେଶ୍ୱର ୪-୧ (ଓଡ଼ିଆ ପୁଅ) ଅନ୍ୟପଟେ ନିର୍ବାଚନରେ ସ୍ୱଚ୍ଛତା ଓ ସଂସ୍କରଣ ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇଲେକ୍ଟୋରାଲ୍ ବଣ୍ଡକୁ ରାଜ୍ୟ ବିଜେପି ସ୍ୱାଗତ କରିଛି। ଏହା ନିର୍ବାଚନ ସଂସ୍କରଣର ଗୋଟିଏ ପ୍ରକ୍ରିୟା। ଏଥି ସହ ଏହି ବଣ୍ଡ ଦ୍ୱାରା ରାଜନୈତିକ ଚାନ୍ଦାରେ ଅଙ୍କୁଶ ଲାଗିବା ସହ କଳାଟଙ୍କାର ବ୍ୟାପକ ବ୍ୟବହାରକୁ ରୋକାଯାଇପାରିବ। ଏହି ନିର୍ବାଚନୀ ବଣ୍ଡ ମାଧ୍ୟମରେ ନଗଦ ଟଙ୍କା କାରବାର ଉପରେ ରୋକ ଲାଗିବା ସହ ନିର୍ବାଚନରେ ସ୍ୱଚ୍ଛତା ଆସିପାରିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।(ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *