ଓଡ଼ିଶା

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ମୋହର ମାରି ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ବୋର୍ଡ

କେନ୍ଦୁଝର, ୮ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ମୋହର ମାରି ରାଜ୍ୟ ସରକାର ଅନେକ ଯୋଜନାରେ ବୋର୍ଡ ମାରି ବାହା ବାହା ନେଉଛନ୍ତି। ଲୋକଙ୍କୁ ଭୁଅାଁ ବୁଲାଇ ଭୋଟ ଆଶାରେ ଏଭଳି ବିଭ୍ରାନ୍ତିକରଣ ତଥ୍ୟ ଦିଆଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧିନରେ ନିର୍ମାଣାଧିନ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା କାମରେ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ପାଇଁ ପ୍ୟାକେଜ ନଂ ଓଆର୍-୧୭-(୪୮୭)ରେ ଜାତୀୟ ରାଜପଥ ୪୯ଠାରୁ ଡଙ୍ଗାପାଣି ପର୍ଯ୍ୟନ୍ତ ୧.୧ କିଲୋମିଟର ରାସ୍ତାକୁ ୪୮.୦୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଠିକାଦାର ସଞ୍ଜୟ କୁମାର ମିଶ୍ରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିପାଇଁ ଜାତୀୟ ରାଜପଥ ୪୯ ରାସ୍ତା ପାଶ୍ୱର୍ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ୨ଟି ବୋର୍ଡ ମଧ୍ୟ ମରାଯାଇଛି। ମାତ୍ର ଏହି ସ୍ଥାନରେ ଲୋକଙ୍କୁ ଭୂଅାଁ ବୁଲାଇବା ପାଇଁ ଅଯଥା ନିଜ ନାମ ନେବା ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଲେଖାଥିବା ସାଇନବୋର୍ଡ ମରାଯାଇଛି। ଏହି ସାଇନବୋର୍ଡରେ ମଧ୍ୟ ଜାତୀୟ ରାଜପଥ ୪୯ଠାରୁ ଡଙ୍ଗାପାଣି ପର୍ଯ୍ୟନ୍ତ ୧.୧ କିଲୋମିଟର ଉନ୍ନତିକରଣ ପାଇଁ ଲେଖାଯାଇଛି। ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗୋଟିଏ ଟଙ୍କାର ମଧ୍ୟ ବ୍ୟୟବରାଦ ହୋଇନଥିବାବେଳେ ଏଥିପାଇଁ କୌଣସି ଟେଣ୍ଡର ମଧ୍ୟ ହୋଇନାହିଁ। ଅଯଥା ନାଁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେଉଥିବା ସ୍ଥାନରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ବୋର୍ଡ ମରାଯାଇଥିବା ପୂର୍ବତନ ବିଧାୟକ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନକରି ନାଁ ନେବା ଉଦ୍ଦେଶ୍ୟରେ ଲୋକଙ୍କୁ ବିଭ୍ରାନ୍ତିକରି ଏପରି ବୋର୍ଡ ମରାଯାଇଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ କାମ ନକରି ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ହୋଇଥିବା ସ୍ଥାନରେ ବୋର୍ଡ ମାରିବା ପାଇଁ ଏକ ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଥିବା ଜଣାପଡିଛି। ଏଥିପାଇଁ ମଧ୍ୟ ରାଜ୍ୟ ସରକାର ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସେ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top