କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦ୍ୟ କ୍ଲବର ୨ ୟ ସମ୍ମିଳନୀ

କୋରାପୁଟ ; ତା୧୦-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ)କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପଦ୍ୟ କ୍ଲବର ୨ ୟ ସମ୍ମିଳନୀ ସୁନାବେଡା କ୍ୟାମ୍ପସଠାରେ ଆୟୋଜିତ ହୋଇଯାଇଛି।ବିଶ୍ୱିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ ଉଦଘାଟନ କରିଥିଲେ।କବିତା ହେଉଛି ବ୍ୟକ୍ତିର ଆତ୍ମିକ ସୃଜନଶୀଳତାର ପରିଚୟ ବୋଲି ସେ ମତବ୍ୟକ୍ତ କରିଥିଲେ।ବିଶ୍ୱବିଦ୍ୟାଳୟର ପଦ୍ୟ କ୍ଲବ ଏହି ସୃଜନଶୀଳତାକୁ ବଜାଇ ରଖିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ପ୍ରତିଘାତ କବିତାକୁ ସେ ଆବୃତି କରିଥିଲେ।ବିଶ୍ୱିଦ୍ୟାଳୟର ଇଂରାଜୀ ବିଭାଗର ସ୍ନାତକୋତର ସିଦ୍ଧାର୍ଥ ଗୋତମ ଯୋଷୀଙ୍କ ରଚିତ “ଟୁ ଇଭିଲାଇନ” ଶୀର୍ଷକ ପୁସ୍ତକକୁ ପ୍ରଫେସର ମହାନ୍ତି ଉନ୍ନୋଚନ କରିଥିଲେ। ଏହି ସମ୍ମିଳନୀରେ କୋରାପୁଟର ପ୍ରତିଷ୍ଠିତ କବି ଅମୀୟ ବିକ୍ରମ ନନ୍ଦନ ଭୂୟାଁ, ସ୍ୱାତୀ ଚାଟାର୍ଜୀ ଓ ମୀନା ସ୍ୱାଇଁ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ।ଇଂରାଜୀ ବିଭାଗର ସହ ପ୍ରାଧ୍ୟାପକ ତଥା ପଦ୍ୟ କ୍ଲବର ସଂପାଦକ ସଂଜିତ କୁମାର ଦାସ ଓ ହିନ୍ଦି ବିଭାଗର ଅଧ୍ୟାପକ ଡ. ଶତାବ୍ଧି ବେହେରା ଯୋଗଦେଇ ପରିଚାଳନା କରିଥିବା ବେଳେ ଓଡିଆ ବିଭାଗର ଅଧ୍ୟାପକ ଡ. ରୁଦ୍ରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ସାବେହା ବାନୋ ଓ ବର୍ଷା ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *