କୋରାପୁଟ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

କୋରାପୁଟ ; ତା୨୨-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାଣ୍ଡିଗୁଡା ମୁଖ୍ୟ କ୍ୟାମ୍ପସରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି ଯୋଗ ଶିବିରର ଉଦଘାଟନ କରିବା ସହ ସୁସ୍ଥ ଓ ସମୃଦ୍ଧି ଜୀନବ ଯାପନ ନିମନ୍ତେ ଯୋଗ ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନରେ ସାମିଲ ହେବା ଆବଶ୍ୟକ ବୋଲି କହିଥିଲେ। କୋରାପୁଟ ରାମ କୃଷ୍ନ ମିଶନ ମୁଖ୍ୟ ଡଃ.ଅମୂଲ୍ୟ ରଂଜନ ମହାପାତ୍ର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ରାୟପୁରର ଅବସରପ୍ରାପ୍ତ ଯୋଗ ଶିକ୍ଷକ ବୀରେନ୍ଦ୍ର ପ୍ରସାଦ ଯୋଗ ଦେଇ ଯୋଗ ଉପକାରୀତା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ପ୍ରକାର ଯୋଗାଶନ ପ୍ରଦର୍ଶନ କରିଥିଲେ। କୁଳ ସଚିବ ଡଃ.ଅସିତ କୁମାର ଦାସ ଏବଂ ଓଏସଡି ପ୍ରଫେସର ଭବାନୀ ପ୍ରସାଦ ରଥ ସ୍ୱାଗତ ଭାଷମ ଦେଇଥିବାବେଳେ ପ୍ରଫେସର କିଶୋର ଚନ୍ଦ୍ର ରାଉତ, ପିଆରଓ ଡଃ.ଫଗୁନାଥ ଭୋଇଙ୍କ ସମେତ ସମସ୍ତ ପ୍ରାଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top