ଓଡ଼ିଶା

କେନ୍ଦ୍ରୀୟ ପ୍ରତିନିଧୀଦଳ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କଲେ

କେନ୍ଦ୍ରୀୟ ପ୍ରତିନିଧୀଦଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ମାଗିଲେ ପୀଡିତାଙ୍କ ମା’

ଭୁବନେଶ୍ୱର, ତା ୦୪/୦୨ (ଓଡ଼ିଆ ପୁଅ) : ମୋ ଝିଅକୁ ମୋ କୋଳକୁ କିଏ ଫେରାଇ ଆଣିବ ? ମୋ ଝିଅକୁ କିଏ ନ୍ୟାୟ ଦେବ ? ମୋର ପଇସା ପଇସା ଦରକାର ନାହିଁ। ମୋର କୈାଣସି ସହାୟତା ବି ଲୋଡା ନାହିଁ। ପୋଲିସ ମାନେ ହିଁ ମୋ ଝିଅକୁ ମାରିଦେଇଛନ୍ତି। ମାନସିକ ନିର୍ଯ୍ୟାତନା ବି ଦେଇଛନ୍ତି। ସେମାନେ ମୋ ଝିଅକୁ ମାଡ ମାରିଛନ୍ତି। ଆମକୁ ପଇସା ଦେଇ ମୁହଁ ବନ୍ଦ କରିବାକୁ ଧମକ ଦେବା ସହ ଆମ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ସବୁଠି ଅଭିଯୋଗ କରି ବିଫଳ ହେଇଛି। ଆଉ କାହାକୁ କହିବି କିଏ ମୋ କଥା ଶୁଣିବ। ଅଫିସରଙ୍କ ଠୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କେହି ବି ଆମ ଗୁହାରୀ ଶୁଣିଲେନି। ଏମିତି ଅନେକ ଦୁଃଖଭରା କଥା କେନ୍ଦ୍ରୀୟ ବିଜେପି ପ୍ରତିନିଧୀଙ୍କ ଆଗରେ କୋହଭରା କଣ୍ଠରେ କହିଚାଲିଥିଲେ ପୀଡିତାଙ୍କ ମା’। ଏଥି ସହ ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ଆଶା ଓ ବିଶ୍ୱାସ ହରାଇ ପୀଡିତାଙ୍କ ମା’ ପ୍ରଧାନମନ୍ତ୍ରୀଙ୍କଠାରୁ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ଏକ ଚିଠି ଲେଖି ପ୍ରତିନିଧୀଦଳଙ୍କ ମାଧ୍ୟମରେ ପଠାଇଛନ୍ତି।

ଆଜି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ କୁନ୍ଦୁଲିରେ ପହଂଚି ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ସମ୍ବନ୍ଧରେ ପୀଡିତାଙ୍କମା’ ଏବଂ ସ୍ଥାନୀୟ ଲୋକଙ୍କଠାରୁ ଏହି ପ୍ରତିନିଧୀଦଳ ପଚାରି ବୁଝିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟ ଦୁଇ ସଦସ୍ୟା ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ ଏବଂ ଲୋକସଭା ସାଂସଦ ଶ୍ରୀମତି ଅଂଜୁ ବାଲା ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୦ ଦିନ ପର୍ଯ୍ୟନ୍ତ ପୀଡିତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିଲା। କ୍ରାଇମବ୍ରାଂଚ ସହ ପୋଲିସ ପ୍ରଶାସନ ସମସ୍ତ ତଥ୍ୟ ଲୁଚାଇ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ପୀଡିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏହା ସତ୍ୱେ ଏକ ନାବାଳିକ, ଦଳିତ ଝିଅ ସହ ଏମିତି ଘଟଣା ଘଟିବା ପରେ ରାଜ୍ୟ ସରକାର ଏହି ଘଟଣାକୁ ଚପେଇ ଦେବାକୁ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ନକରି ପୋଲିସ ଦ୍ୱାରା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଲାଗିଛନ୍ତି। ପୀଡିତାଙ୍କ ପରିବାରକୁ ପ୍ରଲୋଭନ ଦେଖାଇବା, ତାଙ୍କ ଉପରେ ଅତ୍ୟାଚାର କରିବା, ତାଙ୍କୁ ସୁରକ୍ଷା ଦେବା ପରିବର୍ତେ ଧମକ ଦେଇ ସମସ୍ତ ଘଟଣାକୁ ପୋଲିସ ଚାପିଦେବା ପାଇଁ ଚେଷ୍ଟାକରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେ କହିଛନ୍ତି। ଏଥି ସହ କେନ୍ଦ୍ରୀୟ ପ୍ରତିନିଧୀଦଳ ଦିଲ୍ଲୀ ଫେରି ଆସନ୍ତାକାଲି ତାଙ୍କର କୁନ୍ଦୁଲି ଗସ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କୁ ପ୍ରଦାନ କରିବେ।

ଏହି କେନ୍ଦ୍ରୀୟ ପ୍ରତିନିଧୀ ଦଳ ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଡ.ଏ÷÷ଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top