ଅନୁଗୁଳ

କେନ୍ଦ୍ରୀୟ ଚଷା ସମାଜର ଚତୁର୍ଥ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ତାଳଚେର,୪/୨(ଓଡ଼ିଆ ପୁୁଅ/ଅଜିତ କୁମାର ବେହେରା): କେନ୍ଦ୍ରୀୟ ଚଷା ସମାଜର ଚତୁର୍ଥ ବାର୍ଷିକ ସମ୍ମିଳନୀ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତର ମଝୀକା ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଚଷା ସମାଜର ସଭାପତି ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ସମ୍ବଲପୁର ଚଷା ସମାଜର ପ୍ରାକ୍ତନ ସଭାପତି ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଧରଣୀଧର ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ତାଳଚେର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା.ଉପେନ୍ଦ୍ର ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ମା’ହିଙ୍ଗୁଳାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଦିବଂଗତ ଅମର ଆତ୍ମାମାନଙ୍କ ସଦଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଚଷା ସମାଜର ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ସଙ୍ଗଠନର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ପରିଡା ନିଜ ଅଭିଭାଷଣରେ ତାଳଚେର ପ୍ରଜାମଣ୍ଡଳ ଆନେ୍ଦାଳନରେ ଚଷାମାନଙ୍କର ଭୂମିକା ଅବିସ୍ମରଣୀୟ ଥିଲା । ବିପ୍ଲବୀ ପବିତ୍ର ମୋହନଙ୍କ ନେତୃତ୍ୱରେ ତତ୍କାଳୀନ ଚଷାସମାଜ ନିଜ ଜୀବନକୁ ସଙ୍କଟରେ ପକାଇ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ତାଳଚେରରେ କୋଇଲା ଖଣି ଦ୍ୱାରା ସୃଷ୍ଟି ହୋଇଥିବା ଖାଲଖମା ଅଂଚଳକୁ ମାଟି ପକାଇ ସମତଳ କରାଯିବା ସହ ଭବିଷ୍ୟତରେ ଚାଷଜମି ଭାବରେ ବ୍ୟବହାରଯାଗ୍ୟ କରିବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ପ୍ରଧାନ ଚଷା ସମାଜର ପ୍ରାଚୀନ ଗରିମାମୟ ଇତିହାସ ସମ୍ପର୍କରେ ବର୍ଣ୍ଣନା କରିବାସହ ରାଜା ଜନକ ତଥା ବଳରାମଙ୍କୁ ଚଷା ଭାବରେ ବର୍ଣ୍ଣନା କରିବା ସହ ମାତା ସୀତାଙ୍କୁ ଚାଷୀ ପୁତ୍ରୀ ଭାବରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଚଷାଭାଇମାନେ ଶୃଙ୍ଖଳିତ ଜୀବନ ଯାପନ କରିବା ସହ ନିଶା ସେବନରୁ ଦୂରେଇ ରହିବା ତଥା ଜଳ,ଜମି,ଜଙ୍ଗଲର ସୁରକ୍ଷା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହା ସହିତ ବିଧାୟକ ପାଣ୍ଠିରୁ ସଂଗଠନର ଉନ୍ନତି ନିମନ୍ତେ ଏକ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଏହି ସଭାରେ କେନ୍ଦ୍ରୀୟ ଚଷା ସମାଜ ଅନ୍ତର୍ଗତ ବଜ୍ରକୋଟ,କଣିଁହା,ନଦୀକୂଳ, କ୍ଷେମେଇଁ, ଗଡତଳ ଅଂଚଳର ୧୫୮ଟି ଗ୍ରାମର ଏକ ହଜାରରୁ ଉଦ୍ଧ୍ୱର୍ ଚଷା ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୯ଜଣ ବ୍ୟକ୍ତିବିଶେଷକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚୈତନ୍ୟ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ଷେମେଇଁ ଅଂଚଳର ସମ୍ପାଦକ ମୂରଲୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଙ୍ଗଠନର ଆଗାମୀ ବାର୍ଷିକ ସମ୍ମିଳନୀ ନଦୀକୂଳ ଅଂଚଳର ପରାବିଲଠାରେ କରିବାକୁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର କୋଷାଧ୍ୟକ୍ଷ ବିନୋଦ କୁମାର ଜେନା, ସହ କୋଷାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ,କନ୍ଦର୍ପ ସାହୁ, ଡା.ବାସୁଦେବ ଦେହୁରୀ, ରବି ନାରାୟଣ ଜେନା,ମାନସ ରଞ୍ଜନ ପ୍ରଧାନ, ମଙ୍ଗୁଳୁ ଚରଣ ବିଶ୍ୱାଳ,ଜୀବନ ସାହୁ, ରବିନାରାୟଣ ପ୍ରଧାନ, ପ୍ରମୋଦ ଚନ୍ଦ୍ର ପ୍ରଧାନ,ବେଣୁଧର ସାହୁ,ସୁଧାକର ପ୍ରଧାନ,ବୃନ୍ଦାବନ ସାହୁ,ଉଦୟନାଥ ପ୍ରଧାନ,ଲିଙ୍ଗରାଜ ପ୍ରଧାନ,ଦ୍ୱାରିକାନାଥ ସ୍ୱାଇଁ,ଅନାଥ ସାହୁ, ଅକ୍ଷୟ କୁମାର ପ୍ରଧାନ,କୈଳାସ ଚନ୍ଦ୍ର ପ୍ରଧାନ,ମଦନ ମୋହନ ସାହୁ, ନୃସିଙ୍ଗ ଚରଣ ପ୍ରଧାନ,ହେମନ୍ତ କୁମାର ପ୍ରଧାନ,ବିଜୟ କୁମାର ସାହୁ,ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ହିମାଂଶୁ ଶେଖର ସାହୁଙ୍କ ସମେତ ଆଖପାଖ ଅଂଚଳର ବହୁ ଚାଷୀ,ଶିକ୍ଷାବିତ୍,ବୁଦ୍ଧିଜୀବିଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top