ଓଡ଼ିଶା

କେନ୍ଦ୍ରୀୟ ଅନୁଧ୍ୟାନକାରି ଦଳ ଗୁରୁପ୍ରୀୟା ସେତୁ ସ୍ଥଳ ପରିଦର୍ଶନ କରି ନିର୍ମାଣ ମାନ ଯାଞ୍ଚକଲେ

ମାଲକାନଗିରି, ୩୦ା୫(ଓଡିଆ ପୁଅ/ ଆର.କେ.ଦାଶ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ କାମ ନିର୍ମାଣ ସରିଯାଇଛି। ଆଜି କେନ୍ଦ୍ରୀୟ ଅନୁଧ୍ୟାନକାରୀ ସାତଜଣିଆ ଦଳ ଗୁରୁପ୍ରୀୟା ସେତୁ ସ୍ଥଳରେ ପହଁଚି ସେତୁ ନିର୍ମାଣର ଗୁଣାତ୍ମକ ମାନ ଯାଞ୍ଚ ଓ ପରୀକ୍ଷା ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ସିଆରଆରଆଇର ଜାତୀୟସ୍ତରର ସୁନାମ ଧନ୍ୟ ବୈଜ୍ଞାନିକ, ଓ ଇଜିଂନିୟର ମାନେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଠାରେ ଅବତରଣକରି ଚିତ୍ରକୋଣ୍ଡା ଠାରେ ପହଁଚି ଗୁରୁପ୍ରୀୟା ସେତୁସ୍ଥଳକୁ ଯାଇଥିଲେ। ଏହି ସେତୁ ନିର୍ମାଣରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥିଲା, କେତବେଳେ ମାଓବାଦୀଙ୍କ ଭୟତ ଆଉ କେତେବେଳେ ସେତୁ ନିର୍ମାଣ ସମୟରେ ପିଲର, ଗାର୍ଡ ଭୁଷୁଡି ପଡିବା ଓ ପାଇଲ ବଙ୍କା ହୋଇଯିବା ଭଳି ତୃଟି ଦେଖାଦେଇ ଥିଲା। ଏହି ସବୁ ତୃଟି ଠିକ ଭାବେ ସୁଧାର ହୋଇଛି କି ନାହିଁ, ସେତୁ ନିର୍ମାଣ ଠିକ ଭାବେ କରାଯାଇଛି କି ନାହିଁ, ସେତୁର ମାନ ଓ ଦୃଢତା କେତେ ରହିଛି ରାଜ୍ୟସରକାର ସିଆରଆରଆଇ କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଦଳଙ୍କୁ ତାହା ପରୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। ଆଜି ସକାଳେ ସିଆରଆରଆଇ ସଂସ୍ଥାର ଅଧ୍ୟକ୍ଷ ବରିଷ୍ଟ ବୈଜ୍ଞାନିକ ଡଃ ରାଜିଭ ଗୋୟଲ, ଅଧ୍ୟକ୍ଷ ବରିଷ୍ଟ ବୈଜ୍ଞାନିକ ଡଃ ଜି.କେ.ସାଇ ଙ୍କ ନେତୃତ୍ୱରେ ବରିଷ୍ଟ ବୈଜ୍ଞାନିକ ଡଃ ଭିଭି ଏଲ.କେ.ରାଓ, ବରିଷ୍ଟ ବୈଜ୍ଞାନିକ ଶ୍ରୀ ଏ.କେ ଧଳ, ବରିଷ୍ଟ ବୈଜ୍ଞାନିକ ଶ୍ରୀ ପ୍ରଦୀପକୁମାର, ବୈଜ୍ଞାନିକ କୁମାର ଶଷିଭୁଷଣ, ବୈଜ୍ଞାନିକ ଶ୍ରୀ ସରେନ୍ଦ୍ରକୁମାର ବର୍ମା ଏହି ସାତଜଣିଆ କେନ୍ଦ୍ରୀୟ ଅନୁଧ୍ୟାନ କାରି ଦଳ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ତିନିଦିନ ରହି ଗୁରୁପ୍ରୀୟା ସେତୁସ୍ଥଳକୁ ଯାଇ ଟିକିନିଖି ପରୀକ୍ଷା କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ସେତୁ ଉଦଘାଟନ ହେବ, ଅନେକ ବାଧା ବିଘ୍ନ ସତ୍ତ୍ୱେ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଇତି ମଧ୍ୟରେ ସରି ଯାଇଛି।

କେବଳ ଉଦଘାଟନିକୁ ଅପେକ୍ଷା କରିରହିଥିବା ବେଳେ ସେତୁ ପ୍ରତି ମାଓଭୟ ଥିବାରୁ ସେତୁ ଚର୍ତୁପାଶ୍ୱର୍ରେ ହାଲୋଜେନ ଉଜ୍ୱଳ ଆଲୋକ ସହ ୬ଟି ସିସି ଟିଭି କ୍ୟାମେରା ଲଗା ଯିବାସହ ୨୪ ଘଣ୍ଟିଆ ବିଏସଏଫ ଜବାନ ମାନଙ୍କ ପଇଁତରା ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ ବହୁପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଉଦଘାଟନ କରାଯିବାପାଇଁ ଯୋଜନା ରହିଛି। ଦୀର୍ଘ ୫୦ ବର୍ଷଧରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳବାସୀ ଜଳବନ୍ଦି ଜୀବନ ବିତାଉଥିବା ୬ଟି ଗ୍ରାମ ପଚାଂୟତର ୧୫୧ଖଣ୍ଡ ଗ୍ରାମବାସୀଙ୍କ ନିମନ୍ତେ ସ୍ଥଳପଥରେ ଗମନାଗନର ସୁବିଧା କରିବାପାଇଁ ରାଜ୍ୟସରକାର ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଥିବା ଗୁରୁପ୍ରୀୟା ନଦୀ ଜାନବାଇଘାଟ ଠାରେ ସେତୁ ନିର୍ମାଣ କାମ ଗତ ୨୦୧୪ ମସିହାରୁ ଆରମ୍ଭ ହୋଇଥିଲା, ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ୫୨ କୋଟିରୁ ବୃଦ୍ଧି କରା ଯାଇ ଏବେ ୧୭୨ କୋଟିରୁ ଉର୍ଦ୍ଧ୍ୱଟଙ୍କା ଖର୍ଚ ହୋଇ ଯାଇଛି। ସେତୁନିର୍ମାଣ ପାଇଁ ନୂତନ ଭାବେ ଗତ ୨୦୧୪ ମସିହାରେ ଟେଣ୍ଡେର ନେଇଥିବା କଲିକତାର ରୟାଲ ଇନଫୋ କମ୍ପାନୀ ଠିକାନେଇ କାମ କରିଛନ୍ତି। ଏହି ସେତୁ ନିର୍ମାଣ ୩୬ ମାସ ଯଥା ୨୦୧୭ ମସିହା ସେପ୍ଟେମ୍ବରମାସ ମଧ୍ୟରେ ଶେଷକରା ଯିବ ବୋଲି ସଂପୃକ୍ତ କମ୍ପାନି ସରକାରଙ୍କ ସହିତ ଚୁକ୍ତି କରିଥିଲେ। ହେଲେ ୨୦୧୮ ମସିହା ଏପ୍ରିଲ ମାସରେ ସେତୁ କାମ ସରିଲା। ଗତ ବର୍ଷ ସେତୁ ନିର୍ମାଣ ସମୟରେ ଦୁଇଟି ପାଇଲିନ ଭୁଷୁଡି ପଡିଥିଲା, ତାପର ଠାରୁ ଅତ୍ୟାଧୁନିକ ଶୈଳିରେ ସେତୁ ନିର୍ମାଣ କାମ କରାଯାଇଛି, ଏହି ସେତୁର ଲମ୍ବ ୯୧୦ ମିଟର ଓସାର ୭.୫ ମିଟର, ଏହି ସେତୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହୋଇଛି। ସୂଚନା ଯୋଗ୍ୟ ଯେ ୧୯୬୬ ମସିହାରେ ଚିତ୍ରକୋଣ୍ଡା ବାଲିମେଳା ଜଲଭଣ୍ଡାର ପାଇଁ ବିସ୍ତାପିତ ହୋଇ ଅନେକ ଆଦିବାସୀ ଲୋକ ଜଳଭଣ୍ଡାର ଅପରପାର୍ଶ୍ୱରେ ବିଛିନ୍ନ ଓ ଜଳବନ୍ଦୀ ହୋଇ ଦୀର୍ଷ ୫୦ ବର୍ଷ ହେଲା କଳାପାଣିର ସଜା ଜୀବନ ବିତାଉଛନ୍ତି। ଦେଶ ସ୍ୱାଧୀନ ହେବାର ୭୧ ବର୍ଷ ହେଲା। ମୌଳିକ ସୁବିଧାରୁ ବଚିଂତ ଓ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଏବେ ବି ରହିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ୧୫୧ ଗ୍ରାମବାସୀ।

ମାଛକୁଣ୍ଡ ଓ ବାଲିମେଳା ଡ୍ୟାମ ଯୋଜନାରେ ବିସ୍ତାପିତ ମାନଙ୍କ ଥଇଥାନ ଯୋଜନା ବିଫଳ ହୋଇଥିବାବେଳେ ପ୍ରକଳ୍ପ ଯୋଗୁ ଅନେକ ଗ୍ରାମ ବିଛିନ୍ନ ହୋଇ ଯୋଗାଯୋଗ ବିହୀନ ଭାବେ ରହିଛି। ଯେଉଁମାନଙ୍କ ପାଇଁ ମାଛକୁଣ୍ଡ ଓ ବାଲିମେଳା ପାଓ୍ୟାରହାଉସ ରୁ ବିଦ୍ୟୁତ ଉତ୍ପନ୍ନ ହୋଇ ଦୁନିଆକୁ ଆଲୋକ ଦେଖାଇ ପ୍ରତି ଦିନ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରୁଛି, ସେମାନଙ୍କୁ ଜଳବନ୍ଦୀ ରଖି ମୋଳିକ ସୁବିଧାରୁ ବଚିଂତ କରା ଯାଇଛି। ସେହିସବୁ ଗ୍ରାମକୁ ଗମନାଗମନର ଭରସା ଏକମାତ୍ର ଜଳପଥ, ବିପଦ ସଂଙ୍କୁଳ ଅବସ୍ଥାରେ ଜଳଭଣ୍ଡାର ମଧ୍ୟରେ ହୁଲି ଡଙ୍ଗାରେ ଦୈନଦିନ ଜଳ ଯାତ୍ରାକରିଥାନ୍ତି। ଏପରିକି ବିପଦ ପୂର୍ଣ୍ଣ କାଠଡଙ୍ଗାରେ ମଟର ସାଇକେଲ ଠାରୁ ଆରମ୍ଭକରି ସମସ୍ଥ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନେଇଥାନ୍ତି, ବିଛିନ୍ନାଞ୍ଚଳ ବାସୀ ଜଳଭଣ୍ଡାର ପାର ହୋଇ ଚିତ୍ରକୋଣ୍ଡା ସ୍ପିଲେଓ୍ୟ ଲଞ୍ଚ ଘାଟକୁ କୁ ଆସିଲେ ହିଁ ସେମାନେ ବ୍ଲକ ଓ ଜିଲ୍ଲା କାର୍ଯ୍ୟଳୟକୁ ଯାଇପାରିବେ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିକି ନେବେ, ରୋଗି ମାନଙ୍କୁ ମଧ୍ୟ ଜଳଭଣ୍ଡାର ପାରିକରି ଆଣିଲେ ଚିତ୍ରକୋଣ୍ଡା କିମ୍ବା ମାଲକାନଗିରି ଡାକ୍ତରଖାନା କୁ ନେବେ। ୪୯୧୦ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡାପରି ଏକ ବୃହତ ଜଳଭଣ୍ଡାର ଭିତରେ ଏବେବି ୬ଟି ଗ୍ରାମ ପଚାଂୟତ ୧୫୧ ଖଣ୍ଡ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଧ ଆଦିବାସୀ ଲୋକ ବିଛିନ୍ନ ହୋଇ ରହିଛନ୍ତି। ବିଛିନ୍ନାଞ୍ଚଳ ବାସୀଙ୍କ ଲାଇଫ ଲାଇନ ଗୁରୁପ୍ରୀୟା ସେତୁ ନିର୍ମାଣ ସରିଥିବାରୁ ଚିତ୍ରକୋଣ୍ଡା ଓ ବିଛିନ୍ନାଞ୍ଚଳ ବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି, ସେମାନଙ୍କ ଦୀର୍ଘବର୍ଷର ସ୍ୱପ୍ନ ସତ ହେବାକୁ ଯାଉଛି, କେବଳ ସେତୁ ଉଦଘାଟନ ହେବାପରେ ବିଛିନ୍ନାଞ୍ଚଳ ବାସୀ ସିଧା ସଳଖ ଭାବେ ସ୍ଥଳ ପଥରେ ଯାନବାହନ ମାଧ୍ୟମରେ ନିଜ ଗାଁକୁ ଯାତାୟତ କରିବାପାରିବେ, ଏହି ସେତୁ ଦ୍ୱାରା ଓଡିଶା ଆନ୍ଧ୍ର ପ୍ରଦେଶକୁ ସ୍ଥଳ ପଥରେ କମ ଦୂରତାରେ ସଂଯୋଗ ହୋଇପାରିବ। କେନ୍ଦ୍ରୀୟ ଅନୁଧ୍ୟାନ କାରି ଦଳ ଯାଞ୍ଚକରି ଗୁରୁପ୍ରୀୟା ସେତୁ ର ମାନ ଠିକ ଅଛିବୋଲି ସରକାରଙ୍କୁ ରିପୋର୍ଟ ଦେବାପରେ ଜୁନ ମାସ ପ୍ରଥମ ସସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉକ୍ତସେତୁଟିକୁ ଲୋକାର୍ପଣ କରିବା ପାଇଁ ରାଜ୍ୟସରକାର ନିଷ୍ପତି ନେଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top