କେନ୍ଦ୍ରାପଡା ୮ ଜୁନ୍ (ଓଡ଼ିଆ ପୁଅ/ନାମ କର) ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବନ୍ଧପଡା ଗ୍ରାମରେ ନିର୍ଯାତନା ଜନିତ ବଧୁ ହତ୍ୟା ଅଭିଯୋଗ ହୋଇଛି। ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣସାହିର ଶତୃଘ୍ନ ଜେନାଙ୍କ ଝିଅ ତରାସୀନି ଜେନା (ବୟସ ୩୦) ଚାରି ବର୍ଷ ତଳେ ବନ୍ଧପଡାର ଘନଶ୍ୟାମ ରାଉତଙ୍କ ପୁଅ ରଞ୍ଜନ ରାଉତ ସହ ବୈଦିକ ରୀତିନୀତିରେ ତଥା ଯଥାସାଧ୍ୟ ଯୌତୁକ ଦେଇ ବିବାହ କରିଥିଲେ। ତରାସୀନିଙ୍କ ଦୁଇ ବର୍ଷର ଗୋଟିଏ ପୁଅ ଅଛି। ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଖବର ତରାସୀନି ତାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଉଥିଲେ। ଏ ବିଷୟରେ ତାଙ୍କ ପରିବାର ଲୋକେ ଆସି ବୁଝାମଣା କରାଇ ସୁଖରେ ରହିବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ତା ୭.୮.୨୦୧୮ସନ୍ଧ୍ୟା ୭ଟା ରେ ଫୋନ ଯୋଗେ ତରାସୀନିର ଦେହ ଅସୁସ୍ଥ ଥିବା ଜଣାଇଥିଲେ। ଖବର ପାଇ ତରାସୀନିର ଭାଇ ଅଲେଖ ଜେନା ପରିବାର ସହ ରାଜନଗର ହସ୍ପିଟାଲରେ ପହଞ୍ଚି ଜାଣିବାକୁ ପାଇଲେ କି ତରାସୀନିର ମୃତ୍ୟୁ ହୋଇଯାଇଥିଲା। ସନ୍ଦେହ ହେବାରୁ ଏନେଇ ରାଜନଗର ଥାନାରେ ତରାସୀନିଙ୍କ ଭାଇ ଅଲେଖ ଜେନା ଲିଖିତ ଅଭିଯୋଗ କରିଛନ୍ତି। ରାଜନଗର ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଶବକୁ ଜବତ କରି ବ୍ୟବଛ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ତରାସୀନିର ଶାଶୁ ଓ ଶଶୁରଙ୍କୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି।
