Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

11

କେନ୍ଦ୍ରାପଡ଼ା, ୨୮ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସମର ଶିକ୍ଷାର୍ଥୀ ବାହିନୀ ପତକା ଉତ୍ତୋଳନ କରି କ୍ୟାଡେଟ ମାନଙ୍କର ପ୍ୟାରେଡ ନୀରିକ୍ଷଣ କରିଥିଲେ। ସକାଳ ୮ଟା ସମୟରେ କ୍ୟାଡେଟ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ସଫେଇ କରିଥିଲେ। ୧୦ଟାରେ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସିନିୟର ଡିଭିଜନ ଆସୋସିଏଟ ଏନ୍‌ସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ତାଙ୍କ ଉଦବୋଧନରେ କ୍ୟାଡେଟମାନଙ୍କ ଶୃଙ୍ଖଳତାକୁ ଭୁରିଭୁରି ପ୍ରଶଂସା କରିଥିଲେ। ସିନିୟର ଡିଭିଜନର ସିନିୟର ଅଣ୍ଡର ଅଫିସର ଗୁରୁଚରଣ ପ୍ରଧାନ ଓ ସିନିୟର ଉଇଙ୍ଗର ସିନିୟର ଅଣ୍ଡର ଅଫିସର ସୁଚରିତା ପରିଡା ଏନ୍‌ସିସିରେ ନିଜର ଅନୁଭୂତି ଓ ଅଭିଜ୍ଞତାକୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଏକତା ଓ ଶୃଙ୍ଖଳତା ଉପରେ ଆଲୋକପାତ କରି ଦେଶର ସେବା ଆମ ଜୀବନର ମୁଖ୍ୟ ଲକ୍ଷ୍ୟ ରହୁ ବୋଲି କ୍ୟାଡେଟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏସ୍‌ୟୁଓ ଗୁରୁଚରଣ ପ୍ରଧାନ, ଏସ୍‌ୟୁଓ ସୁଚରିତା ପରିଡା, ଜେୟୁଓ ଶୁଭେନ୍ଦୁ ଜେନା, ଜେୟୁଓ ଅଭିଜିତ ଜେନା, ଜେୟୁଓ ପୂର୍ଣ୍ଣିମା ଜେନା, ଜେୟୁଓ ପ୍ରୀତିପଦ୍ମା ଆଚାର୍ଯ୍ୟଙ୍କୁ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ। ପରିଶେଷରେ ଲେଫ୍ଟନାଣ୍ଟ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କ୍ୟାଡେଟ ନିକିତା, କ୍ୟାଡେଟ ସାନୀୟା ମଞ୍ଚ ପରିଚାଳନା କରିଥିଲେ। ଶେଷରେ କ୍ୟାଡେଟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.