କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ୮/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କଲେଜ ଅଧ୍ୟକ୍ଷା ଡଃ ସଂଯୁକ୍ତା ଦାସ ସଭାପତିତ୍ୱ କରି ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ବାଳିକା ଓ ଯୁବତୀମାନେ ନିଜକୁ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ନିଜକୁ କିଭଳି ରକ୍ଷା କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରାପଡା ଜିଲ୍ଲାର ଆତ୍ମରକ୍ଷା ପ୍ରଶିକ୍ଷଣ ସଂଯୋଜକ ଡଃ ଶ୍ରୀଧର ସାମଲ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରାଧ୍ୟାପକ ବିନ୍ଦୁମିତ୍ର ବଳ ଛାତ୍ରୀମାନଙ୍କୁ ମନୋବଳ ଦୃଢକରି କିପରି ଅସାମାଜିକ ବ୍ୟକ୍ତିର ସମ୍ନା କରିବାକୁ ହେବ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ। ମହାବିଦ୍ୟାଳୟ ସଂଯୋଜକ ଲେଫ୍ଟନାଣ୍ଟ ସୀମା ମହାନ୍ତି ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପ୍ରଶିକ୍ଷଣ ଶିବିରର ମାଷ୍ଟର ଟ୍ରେନର ମାନସୀ ଦଳାଇ ଓ ଅନୀତା ପଣ୍ଡା ସମସ୍ତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ପର୍କରେ ବୁଝାଇଥିଲେ। ଏହି ଶିବିର ତା ଚଳିତମାସ ୫ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମହାବିଦ୍ୟାଳୟ ସଂଯୋଜକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *