କେନ୍ଦ୍ରାପଡା ସହରରୁ ଅପହୃତ ନାବାଳିକା ଆସାମରୁ ଉଦ୍ଧାର

କେନ୍ଦ୍ରାପଡ଼ା ୨୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ଲେନ ଅଞ୍ଚଳରୁ ଅପହୃତ ହୋଇଥିବା ଜନୈକ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାକୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସୁଦୁର ଆସାମରୁ ଉଦ୍ଧାର କରି କରିବା ସହିତ ଅପହରଣକାରୀ ଯୁବକକୁ ମଧ୍ୟ ସେଠାରୁ ଗିରଫ କରି ଆଣି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ଲେନ ଅଞ୍ଚଳର ଜନୈକ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକା ଅପହରଣ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହେବାପରେ ପୋଲିସ ୩୧/୨୦୧୮ରେ ଭାରତୀୟ ପିଙ୍ଗଳ କୋର୍ଡର ୩୬୩ ଓ ୩୬୬ ଧାରାରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିଲା । ଏକ ବିଶେଷ ସୁତ୍ରରୁ ଖବର ପାଇ ଟାଉନ ଥାନା ସବଇନିସପେକ୍ଟର ରମାକାନ୍ତ ବେହେରା କନେଷ୍ଟବଳ ନିହାର ରଞ୍ଜନ ନାୟକ ଓ ମହିଳା କନେଷ୍ଟବଳ ଆନାପୁଷ୍ପା ତିର୍କୀଙ୍କ ସହିତ ଆସାମ ଅଭିମୁଖେ ଯାତ୍ରା କରିଥିଲା । ସବଇନିସପେକ୍ଟର ରମାକାନ୍ତ ବେହେରାଙ୍କ ନେତୃତ୍ୱରେ ଆସାମ ଯାଇଥିବା ପୋଲିସ ଟିମ ଆସାମ ରାଜ୍ୟର ଢୁବୁରୀ ଜିଲ୍ଲାର ଚାମୋର ଥାନା ଅନ୍ତର୍ଗତ ଖେରବେଦି ଗ୍ରାମରୁ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣ କାରି ତଥା ଅଭିଯୁକ୍ତ ଅକ୍ତାର ଅଲ୍ଲୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *