କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆ ଫାଟକ ଗ୍ରୀଲ ତାଡି ନେଲେ ଦୁବୃତ୍ତ

କେନ୍ଦ୍ରାପଡା ୭/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆ ଫାଟକରେ ଲାଗିଥିବା ଗ୍ରୀଲ ଗୁଡିକୁ ଦୁବୃତ୍ତ ମାନେ ଗତକାଲି ରାତିରେ ତାଡି ନେଇଯାଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ପ୍ରାୟ ୩ ଏକର ପରିମିତ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଖେଳପଡିଆକୁ ଜବର ଦଖଲ କରି କେତେକ ଅସାମାଜିକ ବ୍ୟକ୍ତି ନିଜର ଠିକାଦାରି ନିମନ୍ତେ ସେହି ପଡିଆରେ ବାଲି, ଗୋଡି ପ୍ରଭୃତି ଜମାଇ ରଖି ଆସୁଥିଲେ । ଏହା ଦ୍ୱାରା ଖେଳପଡିଆଟିରେ ଛାତ୍ର ଛାତ୍ରୀମାନେ ଖେଳିବାରୁ ବଞ୍ଚିତ ହେବା ସହିତ ବିଭିନ୍ନ ସଭା ସମିତି ମଧ୍ୟ ସେଠାରେ ହୋଇପାରୁ ନଥିଲା । ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ମାନେ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ହାଇସ୍କୁଲ ପଡିଆକୁ ଜବର ଦଖଲ ମୁକ୍ତ କରିବାକୁ ଅନୁରୋଧ କରି ଆସୁଥିଲେ । କିନ୍ତୁ କୌଣସି ଜିଲ୍ଲାପାଳ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଠିକାଦାର ମାନେ ଏଥିରେ ଉତ୍ସାହିତ ହୋଇ ବାଲି, ଗୋଡି , ଟ୍ରକ ଆଦି ରଖି ସେହି ପଡିଆକୁ ଜବର ଦଖଲ କରିଥିଲେ । ଜିଲ୍ଲାପାଳ ରଘୁଜୀ ଏ ସମ୍ପର୍କରେ ଜାଣିବା ପରେ ହାଇସ୍କୁଲ ପଡିଆକୁ ଜବର ଦଖଲ ମୁକ୍ତ କରିବା ସହିତ ପଡିଆର ଦୁଇ ପ୍ରବେଶ ପଥରେ ଭାରିଯାନ ନପଶି ପାରିବା ପାଇଁ ଗ୍ରୀଲ ଲଗାଇ ଦେଇଥିଲେ । ହାଇସ୍କୁଲ ପଡିଆଟି ଜବର ଦଖଲ ମୁକ୍ତ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେବାରୁ ହାଇସ୍କୁଲ ପ୍ରବେଶ ପଥରେ ଲଗାଯାଇଥିବା ଗ୍ରୀଲ ବାଡ ଗୁଡିକୁ ଗତକାଲି ରାତିରେ କେହି ଦୁର୍ବୁତ ତାଡି ନେଇ ଯାଇଥିବାର ଦେଖା ଯାଇଛି । ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଜେନା ଟାଉନ ଥାନରେ ଅଭିଯୋଗ କରିବେ ବୋଲି କହୁଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top