କେନ୍ଦ୍ରାପଡା ସଦରଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡା ୮/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସଦରଥାନାରେ ନୂତନ ଭାରପ୍ରାପ୍ତ ଇନିସପେକ୍ଟର ଭାବେ କାବୁଲି ବାରିକ ଯୋଗଦେଇଛନ୍ତି। ସେ ପୂର୍ବରୁ କଟକ ଜି.ଆର.ପି ରେ ଇନିସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସଦର ଥାନାର ଇନସପେକ୍ଟର ସୁଜିତ କୁମାର ପ୍ରଧାନଙ୍କର ପାଟକୁରା ଥାନାକୁ ବଦଳି ହୋଇଯିବାପରେ ଶ୍ରୀ ପ୍ରଧାନ ଜାନୁଆରିମାସ ୧୭ତାରିଖରୁ ଭାରମୁକ୍ତ ହୋଇ ପାଟକୁରା ଥାନାରେ ଯୋଗଦେଇଛନ୍ତି। ଏହାପରଠାରୁ ସଦର ଥାନାର ଆଇ.ଆଇ.ସି ପଦଟି ଖାଲିପଡିଥିଲା। ପ୍ରାୟ ତିନିମାସ ହେବ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗ ଦେଇଥିବା ଶ୍ରୀ ବାରିକ ମଙ୍ଗଳବାର ସଦରଥାନାରେ ଥାନାଧିକାରୀ ଭେବେ ଯୋଗଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *