କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ବ୍ଲକରେ ଜନ ଅଭିଯୋଗ ଶୁଣାଣୀ ଶିବିରରେ ୪୭୩ ଅଭିଯୋଗ

କେନ୍ଦ୍ରାପଡା, ୨୪/୦୯(ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)-କେନ୍ଦ୍ରାପଡା ବ୍ଲକ ସଭାଗୃହରେ ଆଜି ଜିଲ୍ଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଲୋକମାନଙ୍କ ପକ୍ଷରୁ ୪୭୩ ଅଭିଯୋଗ ଗ୍ରହଣ କରାଯାଇ। ତଦ୍ ମଧ୍ୟରେ ୪୫୨ ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨୧ଟି ସାମୁହିକ ଅଭିଯୋଗ ଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ଗ୍ରାମୀଣ ଯୋଜନାରେ ଗୃହ ପ୍ରଦାନ, ମିଳିବାରେ ବିଳମ୍ବ, ରେସନକାର୍ଡ କଳାକାର ଭର୍ତ୍ତା ଇତ୍ୟାଦି ଥିବା ବେଳେ ସାମୁହିକ ଅଭିଯୋଗ ମଧ୍ୟରେ ଜଳ ନିଷ୍କାସନ, ଫସଲହାନିର ପ୍ରତିକାର, ପାଇଖାନା ପ୍ରଦାନ, ପଲିଥିନ ଯୋଗାଣ ଇତ୍ୟାଦି ଅଭିଯୋଗ ଥିଲା। ସାମୁହିକ ଅଭିଯୋଗ ମଧ୍ୟରୁ ଦେ ପୁର ରାଜସ୍ୱ ଗ୍ରାମର ରଘୁନାଥପୁରପଡା ଗ୍ରାମର ୪୦ପରିବାର ଜଳ ପରିମଳ ଯୋଜନାରେ ପାଇଖାନା ପାଇବାରୁ ବଞ୍ଚିତ ହୋଇଛନ୍ତି। ଲୋକମାନେ କେନାଲ ବନ୍ଧ ଉପରେ ମଳତ୍ୟାଗ କରିବା ଦ୍ୱାରା ପରିବେଷ ପ୍ରଦ୍ୟୁଷିତ ହେଉଛି। ଛାତ୍ରଛାତ୍ରୀମାନେ ସେହି ବାଟଦେଇ ଯିବା ଆସିବାରେ ଅସୁବିଧା ଅନୁଭବ କରୁଛନ୍ତି। ଏ ସ୍ଥିତିକୁ ଅନୁଧ୍ୟାନ କରି ବଞ୍ଚିତ ହୋଇଥିବା ୪୦ଟି ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇ ତୁରନ୍ତ ସେମାନଙ୍କୁ ପାଇଖାନା ଯୋଗାଇଦେବାପାଇଁ ହୃଷିକେଶ ନାୟକ ଓ ମକର ଚରଣ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ସେହିଭଳି କଂସାର ଗ୍ରାମପଞ୍ଚାୟତର ବହୁ ଲୋକଙ୍କର ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବା ସତ୍ୱେ ତହସିଲରୁ ପଲିଥିନ ପାଇନଥିବାରୁ ସେମାନେ କଂସାର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଦେଇଥିଲେ। କଂସାର ସରପଞ୍ଚ ପ୍ରଦ୍ୟୁମ୍ନ ଜେନାଙ୍କ ନେତୃତ୍ୱରେ ଧାରଣାକାରୀମାନେ ଆରଆଇ କାର୍ଯ୍ୟାଳୟରୁ ଧାରଣା ପ୍ରତ୍ୟାହର କରିଥିଲେ। ପରେ ସରପଞ୍ଚ ଶ୍ରୀ ଜେନା କ୍ଷତିଗସ୍ତଙ୍କୁ ପିଲିଥିନ ଦେବା ନିମନ୍ତେ ଜିଲାପାଳଙ୍କୁ ନିବେଦନ କରିଥିଲେ। ଅଭିଯୋଗର ତଦନ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବାରୋ ଗ୍ରାମପଞ୍ଚାୟତର ଘିଘିଡିଆ, ତରାଣ୍ଡୋ, ନିଳୀକଣା (ପଡାଗ୍ରାମ-କଳାମାଟିଆ ଓ କାନପୁରା) ଇଟିପୁର, ବାରୁଅ, ତ୍ରିଲୋଚନପୁର, ଉଚ୍ଛରପଡା ଓ ରାୟପୁର ଗ୍ରାମର ଶତାଧିକ ଲୋକ ଆଜି ଜନ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ ଲଘୁ·ପ ଜନୀତ ଲଗାଣ ବର୍ଷାରେ ସେମାନଙ୍କ ·ଷଜମି ସଂପୂର୍ଣ୍ଣ ପାଣିରେ ବୁଡିଯିବା ସହିତ ଧାନ ଫସଲ ନଷ୍ଟ ହୋଇଯାଇଛି। ସେମାନେ ସମବାୟ ଋଣ ଓ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ·ଷ କାର୍ଯ୍ୟରେ ଲଗାଇଥିଲେ। ଏହା ବ୍ୟତୀତ ଲଷାଣ ବର୍ଷା ଦ୍ୱାରା ଏହି ସବୁ ଗ୍ରାମର ବହୁ ଘର ଭାଙ୍ଗିଯାଇଛି। ଲୋକମାନଙ୍କର ମୁଣ୍ଡ ଗୁଞ୍ଚିବାପାଇଁ ତହସିଲ ପକ୍ଷରୁ ପାଲ ଯୋଗାଇ ଦିଆଯାଇନାହୀଁ। ତେଣୁ ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ଯୋଗାଇଦେବା ସହିତ ଋଣ କରିଥିବା ·ଷୀ ମାନଙ୍କୁ ଋଣ ଛାଡ କରାଯିବା, ଜରୁରୀ କାଳିନ ଭିତ୍ତିରେ ଗୋଖାଦ୍ୟ ଯୋଗାଇଦେବାପାଇଁ ଦାବି କରିଥିଲେ। ବାରୋ ସରପଞ୍ଚ ସୁଶିଳା ରାଉତ, ସମିତିସଭ୍ୟା ପଦ୍ମାବତୀ ଦାସ, ଧରିତ୍ରୀ ପ୍ରଧାନ, ସୁଲେଖ ନାୟକ, ବ୍ରାହ୍ମାନନ୍ଦ ପ୍ରଧାନ, ତପନ ପରିଡା, ଅଭୟ ଦାସ, ନୃସିଂହ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଲୋକ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ନିତି ଶେଖର, ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ, କେନ୍ଦ୍ରାପଡା ବିଡିଓ ଚନ୍ଦ୍ରକାନ୍ତ ମଲ୍ଲିକ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top