କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ବ୍ଲକରେ ଏକଦିବସୀୟ ନିଯୁକ୍ତି ପରାମର୍ଶ ଶିବିର ଉଦ୍ଘାଟିତ 

କେନ୍ଦ୍ରାପଡା ୧୮/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା ଅନ୍ତର୍ଗତ ଓରମାସ ଏବଂ କେନ୍ଦ୍ରାପଡା ବ୍ଲକ ଜିବିକା ମିଶନର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଦିବସୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଲୀପ କୁମାର ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବଂଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଓରମାସର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ୨୭ଟି ପଂଚାୟତର ୧୨୧୫ ଯୁବକ ଓ ଯୁବତୀ ନାମ ପଂଜୀକରଣ କରିଥିଲେ ଏବଂ ରାଜ୍ୟ ଭିତର ଓ ବାହାରର ୧୯ଟି କର୍ମ ନିଯୁକ୍ତି ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ପଂଜୀକରଣ କରିଥିବା ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ଟ୍ରେଡ୍ ଯଥା ରାଜମିସ୍ତ୍ରୀ, ପାଣି ପାଇପ୍ ମିସ୍ତ୍ରୀ, ଇଲେକ୍ଟ୍ରିସିଆନ୍,ୱେଲଡର, ଫିଟର ଗ୍ରାହକ ସଂପର୍କ, ଖାଦ୍ୟ ଓ ପାନୀୟ ସେବା ପରିବହନ ସହକାରୀ, ଡିଟିପି ସହକାରୀ, ସିଲାଇମେସିନ୍ ଚାଳକ,ଖୁଚୁରା ବିକ୍ରୟ ସହଯୋଗୀ ପ୍ରଭୃତି ସଂପର୍କରେ ପରାମର୍ଶ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରୁ ୬୩୨ ଜଣଙ୍କୁ ଏହି କର୍ମ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯୁବକ/ଯୁବତୀମାନେ ବିଭିନ୍ନ ପ୍ରକାର ତାଲିମ୍ ଗ୍ରହଣ କରି ନିଯୁକ୍ତି ପାଇବା ସହିତ ଆମ୍ô ନିର୍ଭରଶୀଳ ହୋଇପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉତ୍ସବ ଓ ଶିବିରକୁ ଆଦିତ୍ୟ ନାରାୟଣ ଲେଙ୍କା ସଂଯୋଜନା କରିଥିବା ବେଳେ ଓଡିଶା ଜିବିକା ମିଶନର କେନ୍ଦ୍ରାପଡା ବ୍ଲକ ପ୍ରକଳ୍ପ ପରିଚାଳିକା ସସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top