କେନ୍ଦ୍ରାପଡା ବିଜେପି ଲୋକସଭା କ୍ଷେତ୍ରର ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ୬/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓଳାଶୁଣି ଗୁମ୍ଫା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ସାରଦା ପ୍ରସାଦ ଶତପଥୀ, କଟକ ଜିଲ୍ଲା ବିଜେପି ସଭାପତି ହେମନ୍ତ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଷ୍ଣୁ ଦାସ, ଜ୍ଞାନଦେବ ବେଉରା, ଅଧ୍ୟାପକ ଭୁବନ ମୋହନ ଜେନା, ଜିଲ୍ଲା ଉପସଭାନେତ୍ରୀ ଉର୍ମିଳା ସେଠୀ, କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ପଦାଧିକାରୀ, ସମସ୍ତ ମୋର୍ଚ୍ଚା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରଭାରୀ ମାନେ ଉପସ୍ଥିତ ଥିଲେ। ଅତିଥିମାନେ କହିଥିଲେ ଯେ ଆଗାମୀ ଦିନରେ ବିଜେପି ରାଜ୍ୟରେ ସରକାର ଗଢିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ନିରବଛିନ୍ନ ଭାବରେ ସଂଗ୍ରାମ ଜାରୀ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ବିଜେଡି ସରକାରରେ ମା, ଭଉଣୀ ଓ ନୀରିହ ଝିଅ ମାନଙ୍କୁ ସୁରକ୍ଷା ପ୍ରଦାନ ପରିବର୍ତେ ଅମାନୁଷିକ ଅତ୍ୟାଚାର କରୁଥିବାରୁ ତାର ଘୋର ନିନ୍ଦା କରାଯାଇଥିଲା। ଆଗାମୀ ଦିନରେ ବିଜେଡିକୁ ହଟାଇବାପାଇଁ ଲଢେଇ ଜାରି ରଖିବାକୁ ଉପସ୍ଥିତ କର୍ମକର୍ତା ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟକର୍ତା ମାନେ ମଣ୍ଡଳ ସ୍ଥଳରେ ସପ୍ତାହକୁ ଦୁଇଦିନ ପ୍ରବାସ କରିବାକୁ ଓ ବୁଥ ସ୍ତରରେ ପ୍ରତିଦିନ କାର୍ଯ୍ୟକର୍ତା ମାନେ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡିତ ହେବା ପାଇଁ ରାର୍ଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ପାଳକ ଦାୟିତ୍ୱରେ ଥିବାରୁ ତାଙ୍କର ସମସ୍ତ ସମୟ ଦଳର କିର୍ଯ୍ୟକର୍ତାଙ୍କ ସହିତ ବିନିଯୋଗ କରି ସଂଗଠନ ମଜ୍ଭୁତ କରିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *