କେନ୍ଦ୍ରାପଡା ତ୍ରୟୋଦଶତମ ଜିଲ୍ଲା ଯୋଜନା କମିଟି ବୈଠକ

କେନ୍ଦ୍ରାପଡା ୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ତ୍ରୟୋଦଶତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଝାଙ୍ଗସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ,କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ,ରାଜନଗର ବିଧାୟକ ଅଂଶୁମାନ ମହାନ୍ତି,ଆଳି ବିଧାୟକ ଦେବେନ୍ଦ୍ର ଶର୍ମା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଜିଲ୍ଲାପାଳ ରଘୁଜୀ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବାପରେ ବୈଠକରେ ସ୍ଥିରିକୃତ ବିଷୟବସ୍ତୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା ସଡକ,ବିଜୁଳି,ପାନୀୟ ଜଳ ଯୋଗାଣ ସମ୍ପର୍କୀୟ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଅନୁମୋଦନ ଉପରେ ଆଲୋଚନା କରାଯାଇଥିଲା ଏବଂ ପୂର୍ବ ଯୋଜନା କମିଟି ବୈଠକର ବୀବରଣୀକୁ ଦୃଢିକରଣ କରାଯାଇଥିଲା । ବିଗତ ୨୦୧୩-୧୪,୨୦୧୪-୧୫,୨୦୧୫-୧୬,୨୦୧୬-୧୭ବର୍ଷରେ ପଲ୍ଲିସଭା ଏବଂଗ୍ରାମସଭାରେ ଅନୁମୋଦିତ ଅସଂପୂର୍ଣ୍ଣ ପ୍ରକଳ୍ପ ଗୁଡିକର ତାଲିକା ଆସନ୍ତା ଅପ୍ରେଲ ୧୫ତାରିଖ ସୁଧା ସଂପୃକ୍ତ ବିଡିଓମାନେ ଜିଲ୍ଲା ଯୋଜନା କମିଟି ନିକଟରେ ଉପସ୍ଥାପନା କରିବାକୁ ଅଧ୍ୟକ୍ଷ ନିର୍ଦେଶ ଦେଇଥିଲେ । ସେହିପରି ୨୦୧୭-୧୮ବର୍ଷ ନିମନ୍ତେ ଗୋପବନ୍ଧୁ ଗ୍ରାମୀଣ ଯୋଜନାର ପ୍ରକଳ୍ପ ଗୁଡିକୁ ପଲ୍ଲିସଭାର ଅନୁମୋଦନକ୍ରମେ ବିଡିଓମାନେ ଜିଲ୍ଲା ଯୋଜନା କମିଟି ନିକଟରେ ଉପସ୍ଥାପନା କରିବାକୁ ଅଧ୍ୟକ୍ଷ ନିର୍ଦେଶ ଦେଇଥିଲେ । ଲୋକସଭା ଓ ରାଜ୍ୟସଭା ସାଂସଦ ଏବଂ ଜିଲ୍ଲାପାଳଙ୍କ ମିଶ୍ରିତ ୪୮ଲକ୍ଷ ଟଙ୍କାର କ୍ରିଟିକାଲ ପାଣ୍ଠିକୁ ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଥିବା ୧୬ଜଣ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଓ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୈାରାଂଚଳ କାଉନସିଲରଙ୍କ ମଧ୍ୟରେ ବଣ୍ଟନ କରାଯାଇ ସେହି ଅର୍ଥରେ ସେମାନଙ୍କ ଅଂଚଳରେ ଉନ୍ନୟନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ପଲ୍ଲୀସଭା ଗୁଡିକରେ ଆଗତ ହେଉଥିବା ପ୍ରକଳ୍ପ ସମ୍ବନ୍ଧିୟ ତଥ୍ୟ ସାଂସଦ,ବିଧାୟକ,ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ମାନଙ୍କ ଦୃଷ୍ଟିକୁ ଆଣିବା ତଥା ପଲ୍ଲିସଭା ଆହୂତ ବୈଠକ ସମ୍ପର୍କରେ ସୂଚନା ଦେବାକୁ ଅଧ୍ୟକ୍ଷ ବିଡିଓ ମାନଙ୍କୁ ନିର୍ଦେଶ ଦେଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ୨୦୧୭-୧୮ବର୍ଷର ଗୋପବନ୍ଧୁ ଗ୍ରାମୀଣ ଯୋଜନାର ପ୍ରକଳ୍ପ ଗୁଡିକୁ ଅନୁମୋଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନ୍ାରାଣୀ ଜେନା,ସନ୍ତୋଷ କୁମାର ଜେନା,ଗଣେଷ ସାମଲ,ଧନରଞ୍ଜନ ବୋଷ,ସହକାରୀ ଯୋଜନା ଓ ପର୍ଯ୍ୟାଲୋଚନା ନିର୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *