କେନ୍ଦ୍ରାପଡା ତୈଳଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡା ୮/୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ପେଟ୍ରୋଲ, ଡିଜେଲ ମୂଲ୍ୟବୃଦ୍ଧି ପ୍ରତିିବାଦରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ଆଜି କେନ୍ଦ୍ରାପଡାରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଆଗରେ ବିଜୁ ଜନତା ଦଳ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବାହ୍ନ ୧୦ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଜନସଚେତନତା କାର୍ଯ୍ୟକ୍ରମରେ ଗ୍ରାହକମାନଙ୍କୁ ଲିଫ୍ଲେଟ୍ ବାଣ୍ଟି ପ୍ରତିବାଦ ଜଣାଇଥିଲେ। ଆନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ ପାଇଥିଲେ ମଧ୍ୟ କେନ୍ଦ୍ର ସରକାର ଭାରତୀୟ ବଜାରରେ ମୂଲ୍ୟବୃଦ୍ଧିକରି ନିର୍ବାଚନପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ମୂଲ୍ୟବୃଦ୍ଧି ଯୋଗୁ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁଛି। ତୈଳ ମୂଲ୍ୟ ବୃଦ୍ଧି ହେତୁ ପରିବହନ ବ୍ୟବସ୍ଥା ପ୍ରଭାବିତ ହେଉଛି ଏବଂ ଅତ୍ୟାବଶ୍ୟକ ସମାଗ୍ରୀର ମୂଲ୍ୟ ବୃଦ୍ଧି ହୁହୁ ହୋଇ ବଢୁଛି। ଲାଭଖୋର ମନୋବୃତ୍ତିର ଶିକାର ହୋଇ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରୁନାହାଁନ୍ତି କିନ୍ତୁ ଭାଟ୍ କମାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡିଶାର ତେଲ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧୨ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ଓ ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବିଭିନ୍ନ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ପଂଚାୟତ ସମିତି ଅଧ୍ୟକ୍ଷ ଅନାମ ବଂଧୁ ଧଳ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶୀଷ ମହାନ୍ତି, ପ୍ରମୋଦ କୁମାର ସାହୁ, ରବି ସାମଲ, ରାଜେଶ ଦାସ, ଆଲୋକ ସାହୁ, ଶ୍ରୀକାନ୍ତ ପଣ୍ଡା, ହିରଣ୍ୟ ପଣ୍ଡା, ପ୍ରଦୀପ୍ତ ମହାନ୍ତି, ଉମେଶ ନାୟକ, ଦୀନବନ୍ଧୁ ନାୟକ, ଦେବାଶିଷ କୁବେର, ଗୈାତମ ସ୍ୱାଇଁ, ରଂଜନ ସାହୁ, ପ୍ରସନ୍ନ ରାଉତ, ଶିବ ପ୍ରସାଦ ଭଳ, କାଳି ପ୍ରସାଦ ମିଶ୍ର, ସୁରେଶ ମର୍ଦ୍ଦରାଜ, ହେମନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Leave a Reply

Your email address will not be published. Required fields are marked *