କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉସôବ

କେନ୍ଦ୍ରାପଡା ୧୮/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଗରାପୁରସ୍ଥିତ କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉସôବ ଶୁକ୍ରବାର ସନ୍ଧ୍ୟାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲ ପରିଚାଳନା କମିଟିର ସଭାପତି ଆଇନଜିବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉସôବ ଉଦଘାଟନ କରିବା ସହିତ ଡିଏଭି ପବ୍ଲିକ ସ୍କୁଲ କେନ୍ଦ୍ରାପଡାରେ ପ୍ରତିଷ୍ଠିତ ହେବାର ମାତ୍ର କିଛି ବର୍ଷ ଭିତରେ ଆମ ଅଂଚଳ ପାଇଁ ଯେଉଁ ସୁନାମ ଆଣି ଦେଇଛି ଏବଂ ପିଲାମାନଙ୍କୁ ବୈାଦ୍ଧିକ,ଗୁଣାତ୍ମକ ଓ ନୈତିକ ଶିକ୍ଷା ପ୍ରଦାନ କରି ଜିଲ୍ଲାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବାରୁ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ଉସôବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଆଗଭଳି ଆଉ ଛୋଟ ପିଲାମାନେ ଜେଜେ ଓ ଜେଜେମାଙ୍କ ଠାରୁ ଗପ ଶୁଣୁଥିବାର ଦେଖାଯାଉନାହିଁ । ବୈଦୁତିକ ଗଣମାଧ୍ୟମର ପ୍ରଭାବରେ ଅଧିକାଂଶ ପିଲା ଆଜି ହ୍ରିଂସ ହୋଇ ଉଠୁଛନ୍ତି ଯାହାର ପ୍ରଭାବ ବିଭିନ୍ନ ସମୟରେ ଦେଖାଯାଉଛି । ଯେଉଁ ପିଲା ଭିତରେ କର୍ତ୍ତବ୍ୟ ପରାୟଣ,ନିଷ୍ଠା ଓ ଆନ୍ତରିକତା ରହିବ ସେ ନିଶ୍ଚିନ୍ତ ଭାବେ ସଫଳତାର ଶିର୍ଷରେ ପହଁଚି ପାରିବ ବୋଲି ମୁଖ୍ୟବକ୍ତା ଶ୍ରୀ ସ୍ୱାଇଁ କହିଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଅଧ୍ୟାପକ ବିପିନ ବିହାରି ବାରିକ,କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ଆଦ୍ୟାସା ବିଶ୍ୱାଳ ଉସôବକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଧିରେନ୍ଦ୍ର କୁମାର ଦାସ,ପ୍ରଶନ୍ନ କୁମାର ମହାନ୍ତି,ସଞ୍ଜୀବ କୁମାର ଚୈାଧୁରି,ପ୍ରତାପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଅତିଥିମାନଙ୍କୁ ଉତ୍ତରୀୟ,ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । । ଶେଷରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *