ଓଡ଼ିଶା

କେନ୍ଦ୍ରାପଡା ଜିଲ୍ଲାରେ ୫୩୨ ଗଣ ଶିକ୍ଷକଙ୍କୁ ନିୟମିତ କରାଗଲା

କେନ୍ଦ୍ରାପଡା ୫/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )-କେନ୍ଦ୍ରାପଡା ଜିଲ୍ଲାର ୫୩୨ଜଣ ପୂର୍ବକ୍ୟାଡର ଲେବୁଲ – ୫ ଗଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିବା ଜଣାପଡିଛି। ଏଥିମଧ୍ୟରୁ ମହାକାଳପଡା ବ୍ଲକର ୧୧୮, ରାଜନଗର ବ୍ଲକର ୧୩୧, ଆଳି ବ୍ଲକର ୧୯, ଗରଦପୁର ବ୍ଲକର ୬୦, କେନ୍ଦ୍ରାପଡା ବ୍ଲକର ୫୬, ଡେରାବିଶ ବ୍ଲକର ୫୬, ପଟ୍ଟାମୁଣ୍ଡାଇ ବ୍ଲକର ୪୯, ରାଜକନିକା ବ୍ଲକର ୨୫, ମାର୍ଶାଘାଇ ବ୍ଲକର ୧୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁଙ୍କ ଠାରୁ ସୂଚନା ମିଲିଛିି। ସେଥି ପାଇଁ କେନ୍ଦ୍ରାପଡା ଜିଲ୍ଲା ସଂଘ ସଭାପତି ଆଲୋକ ସତ୍ୟବ୍ରତ ଦେବଦତ୍ତ ରାୟ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଜିଲ୍ଲାପାଳ ରେଘୁ ଜୀ, ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧିର, ଜିଲ୍ଲା ଶିକ୍ଷାଅଧିକାରୀ ସଂଗ୍ରାମ ସାହୁ ଏବଂ ୯ଟି ବ୍ଲକର ବ୍ଲକ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାୟୀ ନିଯୁକ୍ତି ପାଇବାପରେ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top