କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ଜିଲ୍ଲାରେ ଅଂଶୁଘାତ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୧୬/୩ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ମୁକାବିଲା ନମନ୍ତେ ଜିଲ୍ଲା ସ୍ତରୀୟ ପ୍ରାକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସର୍କିଟ ହାଉସ ପରିସରରେ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା , ଉପ ଜିଲ୍ଲାପାଳ ଡ. କାହ୍ନୁଚରଣ ଧିର, ଡିଏସପି ରଞ୍ଜନ କୁମାର ଦେ,ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଲିପ କୁମାର ପରିଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନମିତା ବାରିକ ପ୍ରକୁଖ ଯୋଗ ଦେଇ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ହେବାର ସମ୍ଭାବନା ଥିବାରୁ ବିଭିନ୍ନ ବିଭାଗର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଗ୍ରୀଷ୍ମ ପ୍ରବାହ ଓ ତାର ମୁକାବିଲା ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ, ସ୍ୱସ୍ଥ୍ୟ ବିଭାଗ ସଚେତନ କରାଇବା ସହ ବିଭିନ୍ନ ଗଣ ମାଧ୍ୟମର ସହଯୋଗରେ ପ୍ରଚାର ଓ ପ୍ରସାର ଏବଂ ସଚେତନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଗ୍ରୀଷ୍ମ ଋତୁରେ ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ଜନ ସ୍ୱସ୍ଥ୍ୟ, ପଞ୍ଚାୟତ ସମିତି , ପୌରପରିଷଦ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବେ ଓ ଜଳ ଛତ୍ର ମାନ ଛକ ଯାଗା ମାନଙ୍କରେ ଖୋଲାଯିବାକୁ ଜିଲ୍ଲାପାଳ ବିଭାଗୀୟ ଅଦôକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପଶୁ ସଂପଦ ବିଭାଗ ତରଫରୁ ଗ୍ରୀଷ୍ମ ପ୍ରବାହ ସମୟରେ ଗାଈ ଗୋରୁଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ନଳକୂପ ନିକଟରେ ଜଳ କୁଣ୍ଡର ବ୍ୟବସ୍ଥା କରିବେ । ଏଥି ସହିତ ପଶୁ ମାନଙ୍କ ନିମନ୍ତେ ଔଷଧର ବ୍ୟବସ୍ଥା କରାଇବେ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ସିଏଚସି ଓ ପିଏଚସି ରେ ଅଂଶୁଘାତ ଚିକିତ୍ସାପାଇଁ ସ୍ୱତନ୍ତ୍ର କୋଠରୀ ଖୋଲିବା ସହିତ ଓଆରଏସ, ହାଲୋଜିନ ବଟିକ ଓ ଔଷଧ ଗଛିତ ରଖିବେ । ବସ୍ ମାନଙ୍କରେ ଓଆରଏସ ଔଷଧ ସହ ପାନୀୟ ଜଳ ବ୍ୟବସ୍ଥା କରାଇବେ । ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ବିଭାଗର ବିଦ୍ୟାଳୟ ଗୁଡିକୁ ଆସନ୍ତା ୨ ତାରିଖରୁ ସକାଳୁଆ କରିବା ସହିତ ଦିନ ସାଢେ ୧୦ ଟା ସୁଦ୍ଧା ବିଦ୍ୟାଳୟ ଗୁଡିକୁ ବନ୍ଦ ରଖାଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଶ୍ରମିକ ମାନେ ୧୧.୩୦ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ନାହିଁ । ଏ କ୍ଷେତ୍ରରେ ତଦାରଖ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବାକୁ ବିଦ୍ୟୁତ ବିଭାଗକୁ ନିଦେ୍ର୍ଦଶ ଦିଆଯିବା ସହିତ ଜଳ ସେଚନ ବିଭାଗ ଓ ମହାନଦୀ ଡିଭିଜନ ତରଫରୁ କେନାଲରେ ଜଳ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସହକାରୀ ବିଭାଗ ପ୍ରତ୍ୟହ ସ୍ଥିତି ସଂପର୍କରେ ଜିଲ୍ଲା କାର୍ଯ୍ୟାଳୟକୁ ରିପୋର୍ଟ ପ୍ରଦାନ କରିବା ସହ କଣ୍ଟ୍ରୋଲ ରୁମ ସହ ଯୋଗା ଯୋଗ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଅଂଶୁଘାତରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିର ତଦନ୍ତ ତହସିଲଦାର ଓ ଡାକ୍ତର ମିଳିତ ଭାବରେ କରି ୪୮ ଘଣ୍ଟା ମଧ୍ୟରେ ଜିଲ୍ଲା ଜରୁରୀ ବିଭାଗକୁ ଜଣାଇବେ । ଜିଲ୍ଲାର ସମସ୍ତ ବିଭାଗ, ଜିଲ୍ଲାର ପ୍ରକୃତି ବିପର୍ଯ୍ୟୟ ପରିଚାଳନା ପ୍ଲାନ ତୁରନ୍ତ ପ୍ରସ୍ତୁତ କରି ଜିଲ୍ଲା ଜରୁରୀ ବିଭାଗକୁ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପ୍ରକଳ୍ପ ନିଦେ୍ର୍ଦଶକ ସଞ୍ଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲାର ସମସ୍ତ ବିଡିଓ , ତହସିଲଦାର , ପୌରପରିଷଦର ନିର୍ବାହୀ ଅଧିକାରୀ,ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top